ଭୁବନ ମହିଳା ବିଜେଡି ତରଫର ଚାରାରୋପଣ

ଭୁବନ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଦେ୍ର୍ଧଶକ୍ରମେ ଦଳ ତରଫରୁ ସାରା ଓଡିଶାରେ ଚାରାରୋପଣ , ରକ୍ତଦାନ ଭଳି ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

ଏହି କ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ପରାମର୍ଶକ୍ରମେ ଭୁବନ ବିଜୁ ମହିଳା ଜନତା ଦଳ ତରଫରୁ ସ୍ଥାନୀୟ ବୁଦେ୍ଧଶ୍ୱର ମନ୍ଦିର ପରିସର ରେ୨୫ ଟି ବୃକ୍ଷରୋପଣ କରାଯାଇଥିଲାା

ଭୁବନ ବିଜୁ ମହିଳା ଜନତା ଦଳ ସଂପାଦିକା ଝରଣା ପୋଥାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ,ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସାଗରିକା ମିଶ୍ର , କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏତାଦୃଶକାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବାସହ ନିଜେ ଚାରାରୋପଣ କରି ଦଳୀୟକର୍ମୀଙ୍କୁ ଉସôାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛସାଥୀ , ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ମହିଳାମୋର୍ଚ୍ଚା କର୍ମୀମାନେ ଯୋଗ ଦେଇଥିଲେ ।

Comments (0)
Add Comment