ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ସି.ପି.ଆଇ.ର ଦାବୀ

ଢେଙ୍କାନାଳ : ଗତ ବର୍ଷାରେ କାମାକ୍ଷାନଗର ଉପକଣ୍ଠରେ ଥିବା ମହୁଲପାଳ, ଜୟପୁର, ମାର୍ଥାପୁର, ଦିଘି, ବୁଢିବିଲି, ଗୁନେଇବିଲି ପ୍ରଭୃତି ଗ୍ରାମମାନଙ୍କରେ ଜମି ଓ ବାଡିରେ ପାଣି ପଶିଯିବା ଫଳରେ ଚାଷୀମାନଙ୍କର ପ୍ରାୟ ୨୦୦୦ ଏକର ଜମି କ୍ଷତିଗ୍ରସ୍ତ ହୋଇଛି । କୃଷି ବିଭାଗ ଏହାର ତଦନ୍ତ କରି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ସହିତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଜିଲ୍ଲା ପ୍ରଶାସନ ଠାରେ ସି.ପି.ଆଇ. ଜିଲ୍ଲା ସଂପାଦକ ଶିବରାମ ସାହୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments (0)
Add Comment