ଡେଙ୍ଗୁ ମାସ ପାଳନ ଓ ମ୍ୟାଲେରିଆ ନିରାକରଣ ବୈଠକ

ପ୍ରତି ରବିବାର ଡ୍ରାଏ ଦିନ ପାଳନ କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଢେଙ୍କାନାଳ  : ଡେଙ୍ଗୁ ମାସ ପାଳନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ(ଦମନ) କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆନ୍ତଃ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓ ମୋ ପଂଚାୟତ କାର୍ଯ୍ୟକ୍ରମରେ ମ୍ୟାଲେରିଆ, ଡେଙ୍ଗୁର ସୂଚନା ପତ୍ରିକା ବଂଟନ ଓ ସଚେତନ କରିବା ପାଇଁ ବ୍ଲକ ମେଡିକାଲ ଅଫିସରମାନଙ୍କୁ ଜିଲ୍ଲାପାଳ ଆଦେଶ ଦେବା ସହ କଙ୍କଡ଼ାହାଡ଼ ବ୍ଲକକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାପାଇଁ କହିଥିଲେ ।

ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଏଥିନେଇ ଅବଗତ କରିବା ସହ ସମସ୍ତେ ମଶାରୀ ବ୍ୟବହାର ବାଧ୍ୟତାମୂଳକ କରିବା ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାର ଶିଳ୍ପସଂସ୍ଥାମାନେ ପାଶ୍ୱବର୍ତୀ ଗ୍ରାମ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସଚେତନଧର୍ମୀ ହୋଡିଂ ଓ ବ୍ୟାନର ଲଗାଇବା, ପତ୍ରିକା ମାଧ୍ୟମରେ କର୍ମଚାରୀଙ୍କୁ ସଚେତନ କରିବା, କୀଟନାଶକ ଔଷଧ ସିଂଚନ ଓ ଧୂଆ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।

ପୌରାଂଚଳରେ ଡ୍ରେନ ନିୟମିତ ସଫା କରିବା, ମଶାତେଲ ସିଂଚନ, ହୋଡିଂ, ବ୍ୟାନର, ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ ଗାଡିରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ଗୀତା ବଜାଇବାକୁ ପୌର ନିର୍ବାହୀ ଅଧିକାରୀ ଓ ବିଜ୍ଞାପିତ ଅଂଚଳ ନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ପଂଚାୟତ କାର୍ଯ୍ୟାଳୟ ଓ ଗାଁମାନଙ୍କରେ ପ୍ରତ୍ୟେକ ସପ୍ତାହର ରବିବାର ଡ୍ରାଏ ଦିନ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାଶ ଯୋଗଦାନ କରି ମ୍ୟାଲେରିଆର ଲକ୍ଷଣ, ପ୍ରତିକାର ଓ ଡେଙ୍ଗୁ ରୋଗର ଲକ୍ଷଣ, ପ୍ରତିକାର ଉପରେ ସୂଚନା ଦେଇଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ପାୱାରପଏଂଟ ଉପସ୍ଥାପନ କରି ମ୍ୟାଲେରିଆ, ଡେଙ୍ଗୁ ଓ ଦମନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

୨୦୨୧ରେ ମ୍ୟାଲେରିଆରେ ୪୪ ଓ ଡେଙ୍ଗୁରେ ୫୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨ ବର୍ଷର ବର୍ତମାନ ସୁଦ୍ଧା ମ୍ୟାଲେରିଆରେ ୨୭ ଓ ଡେଙ୍ଗୁରେ ୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କେହି ମୃତାହତ ହୋଇନଥିବା ସେ ସୂଚନା ଦେଇଥିଲେ ।

 ରାଜ୍ୟ ଭେକ୍ଟର ବାହିତ ରୋଗ ନିଦେ୍ର୍ଦଶକ ଡା. ସୁଭାଶିଷ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ପିଡି ଡିଆର୍ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ହିନେ୍ଦାଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ପୌର ଅଧିକାରୀ ଅତନୁ ସାମନ୍ତ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ଗୁରୁ ପ୍ରସାଦ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଜୟକୃଷ୍ଣ ନାଏକ, ରାଜ୍ୟରୁ ଆସିଥିବା ଭେକ୍ଟରବାହିତ ରୋଗ ପରାମର୍ଶଦାତା ଦେବକାନ୍ତ ସନ୍ଧିବିଗ୍ରହ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶନୀ, ବିଡିଓ, ଶିଳ୍ପସଂସ୍ଥା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment