ଆଦିବାସୀ ପାଇଁ କୌଣସି ସରପଞ୍ଚ ପଦବୀ ସଂରକ୍ଷିତ ନାହିଁ

ସମାଜିକ କର୍ମୀ ଅମୂଲ୍ୟ କୁମାର ନାୟକଙ୍କ ପ୍ରତିକ୍ରିୟା

ଢେଙ୍କାନାଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଆ ସରକାର (ନିର୍ବାଚନ ଆୟୋଗ) ଯେଉଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ସେଥିରେ ଆମ ରାଜ୍ୟର ୭ ଟି ଅନୁସୂଚିତ ଜିଲ୍ଲାର ସବୁ ସରପଞ୍ଚ ପଦବୀକୁ ଅନୁସୂଚିତ ଜନଜାତି (ଆଦିବାସୀ) ମାନଙ୍କ ପାଇଁ ସଂରକ୍ଷିତ କରିଥିବା ବେଳେ, ଅନ୍ୟ ୨୩ ଟି ଜିଲ୍ଲାର ୪୬୯୭ଟି ସରପଞ୍ଚ ପଦବୀରୁ ୧୧୬୧ ଟି ସରପଞ୍ଚ ପଦବୀ କୁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ କରିଛନ୍ତି।

କିନ୍ତୁ ଏଥିରେ ଅନୁସୂଚିତ ଜନଜାତି (ଆଦିବାସୀ) ପାଇଁ କୌଣସି ସରପଞ୍ଚ ପଦବୀ ସଂରକ୍ଷିତ କରାଯାଇ ନାହିଁ। ଏହା ଏକ ଅସାମ୍ବିଧାନିକ କାର୍ଯ୍ୟ ଏବଂ ଆଦିବାସୀ ମାନଙ୍କ ପ୍ରତି ଏକ ଉଦ୍ଦେଶ୍ୟ ମୂଳକ ଚକ୍ରାନ୍ତ ଓ ଅନ୍ୟାୟ ଅଟେ। ଏଣୁ ସମସ୍ତ ଆଦିବାସୀ ମାନେ ଏବଂ ଜନ ସଂଗଠନ ମାନେ ତୁରନ୍ତ ଏହାର ଦୃଢ ପ୍ରତିବାଦ କରିବା ସହିତ ଏହାର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ବ୍ୟାପକ ଭାବରେ ଶାନ୍ତି ପୂର୍ଣ ଆନ୍ଦୋଳନ କରନ୍ତୁ ଏବଂ ଯଥାଶୀଘ୍ର ଏହି ବିଷୟ କୁ ବହୁଳ ଭାବରେ ପ୍ରଚାର ପ୍ରସାର କରନ୍ତୁ । ଏହା ଦ୍ୱରା ୭୩ ତମ ସଂମ୍ବିଧାନ ସଂଶୋଧନରେ ରହିଥିବା ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ମାନ୍ୟବର ଅଦାଲତଙ୍କ ଙ୍କ ନିକଟରେ ତର୍ଜମା ପାଇଁ ପିଟିସନ ଦାଏର ହେବାର ଆବଶ୍ୟକତା ରହିଛି ବୋଲି ସମାଜିକ କର୍ମୀ ଅମୂଲ୍ୟ କୁମାର ନାୟକ ନିଜ ପ୍ରତିକ୍ରିୟା ରେ କହିଛନ୍ତି ।

Comments (0)
Add Comment