ପରିବେଶ ସୁରକ୍ଷା ପାଇଁ Team DADAର ଆଉ ଏକ ସଫଳ ପଦକ୍ଷେପ

🌱🌳 ପରିବେଶ ସୁରକ୍ଷା ପାଇଁ Team DADAର ଆଉ ଏକ ସଫଳ ପଦକ୍ଷେପ 🌳🌱

DADA (Dhenkanal Angul Development Association) ପକ୍ଷରୁ ଆଜି ଋତୁର ଦ୍ୱିତୀୟ ବୃକ୍ଷରୋପଣ ଅଭିଯାନ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସୋରାଟ, କଡୁଆମୋଡ଼ା ନିକଟସ୍ଥ ଖରିଦାଳୀ ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ର ସୁନ୍ଦର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ଗଣେଶ୍ୱର କ୍ଲବ, ବାଙ୍କଟିଆ, ହିନ୍ଦୋଳ ସହଯୋଗ କରିଥିଲା।

🌴 ୫୦ରୁ ଊର୍ଦ୍ଧ୍ୱ ଚାରାରୋପଣ
ନଡ଼ିଆ, ଲେମ୍ବୁ ସମେତ ବିଭିନ୍ନ ପ୍ରଜାତିର ୫୦ରୁ ଅଧିକ ଚାରା ଖରିଦାଳୀ ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ ପରିସରରେ ରୋପଣ କରାଯାଇଥିଲା। ଏଥିରେ ହାଇସ୍କୁଲ୍ ଓ ଖରିଦାଳୀ ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

🏆 ମେଧାବୀ ଛାତ୍ରୀଙ୍କୁ ସମ୍ମାନ
ଏହି ଅବସରରେ ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୦% ନମ୍ବର ରଖିଥିବା ବିଦ୍ୟାଳୟର ମେଧାବୀ ଛାତ୍ରୀ ଐଶ୍ୱର୍ଯ୍ୟା ବେହେରାଙ୍କୁ ସମ୍ମାନିତ କରାଯିବା ସହ ୧,୦୦୧ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।

🌳 ଗଣେଶ୍ୱର କ୍ଲବରେ ତୃତୀୟ ବୃକ୍ଷରୋପଣ ଅଭିଯାନ
ପରବର୍ତ୍ତୀ ସମୟରେ ଟିମ୍ DADA ଗଣେଶ୍ୱର କ୍ଲବରେ ପହଞ୍ଚି ୨୦ରୁ ଅଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ଚଳିତ ଋତୁରେ ଏହା DADAର ତୃତୀୟ ବୃକ୍ଷରୋପଣ ଅଭିଯାନ ଥିଲା।

🎂 ସଦସ୍ୟଙ୍କ ଜନ୍ମଦିନରେ ଆତ୍ମୀୟତାର ମୁହୂର୍ତ୍ତ
ବାଟରେ ବାବନ୍ଧସ୍ଥିତ DADAର ଦକ୍ଷ ସଂଗଠନ ସଚିବ ଶ୍ରୀ ପ୍ରଦ୍ୟୁତ ବିଶ୍ୱାଳଙ୍କ ବାସଭବନରେ ପହଞ୍ଚି ତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ତାଙ୍କ ପତ୍ନୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ତାଳ ପକୋଡ଼ା ଓ ମସଲା ଚା ସମସ୍ତଙ୍କୁ ଆନନ୍ଦିତ କରିଥିଲା।

ଏହି ଅବସରରେ ବହୁବାର ‘ପ୍ରକୃତି ମିତ୍ର’ ସମ୍ମାନ ପାଇଥିବା ଶ୍ରୀ ପ୍ରଦ୍ୟୁତ ବିଶ୍ୱାଳଙ୍କ ପିତା ଶ୍ରୀ ଅନନ୍ତ ଚରଣ ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

🙏 ବର୍ଷାକୁ ଖାତିର ନକରି ପରିବେଶ ପାଇଁ ଏକାଠି
ପ୍ରବଳ ବର୍ଷା ସତ୍ତ୍ୱେ ଆଜିର ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଗଣେଶ୍ୱର କ୍ଲବର ସଭାପତି ତଥା DADAର ଆଞ୍ଚଳିକ ସଚିବ ଶ୍ରୀ ଶ୍ରୀନିବାସ ମିଶ୍ର, କ୍ଲବର ସମ୍ପାଦକ ଓ କର୍ମଚାରୀ, ବିଶିଷ୍ଟ ପରିବେଶବିତ୍ ଶ୍ରୀ ରତିକାନ୍ତ ଗଡ଼ନାୟକ ଏବଂ DADAର ସମଗ୍ର ଟିମ୍‌ର ସଦସ୍ୟମାନେ ଉତ୍ସାହର ସହ ସାମିଲ ହୋଇଥିଲେ।

ବିଶେଷ ଭାବେ DADAର ଉପାଧ୍ୟକ୍ଷ, ଉପଦେଷ୍ଟା କମିଟିର ଡଃ ନିର୍ମଳ ଚନ୍ଦ୍ର ଦାଶଙ୍କୁ ଧନ୍ୟବାଦ। ସେ ନିଜେ ଅଭିଯାନରେ ସାମିଲ ହେବା ସହ ସାରା ଦିନ ଏକ ଦୃଢ଼ ସମର୍ଥନ ଭାବେ ଟିମ୍ ପଛରେ ଠିଆ ହୋଇଥିଲେ।

❤️ ଢେଙ୍କାନାଳ ବରାର ସ୍ୱାଦ ଓ ସେବାର ମନୋଭାବ
ଏହି ଅଭିଯାନରେ ଆଉ ଦୁଇଜଣଙ୍କ ଅବଦାନ ଉଲ୍ଲେଖଯୋଗ୍ୟ—DADAର ଦୁଇ ସକ୍ରିୟ ସଦସ୍ୟ ଶ୍ରୀ ନଳିନୀକାନ୍ତ ପଟ୍ଟନାୟକଶ୍ରୀ ଜି. ଭାସ୍କର ରାଓ। ପ୍ରବଳ ବର୍ଷା ସତ୍ତ୍ୱେ କାଣ୍ଟନାଳୀ ଛକ ନିକଟ ବାଇପାସ୍‌ରେ ସମସ୍ତଙ୍କ ପାଇଁ ଗରମାଗରମ ଢେଙ୍କାନାଳ ବରା ନେଇ ପହଞ୍ଚିଥିଲେ। ସେମାନଙ୍କ ନିରନ୍ତର ସେବା ଓ ସମର୍ପଣକୁ ଟିମ୍ DADA ପକ୍ଷରୁ ସାଲ୍ୟୁଟ୍। 🙏

🌱 ଏହି ସଫଳତା ସମସ୍ତଙ୍କର
ଆଜିର ବୃକ୍ଷରୋପଣ ଅଭିଯାନକୁ ସଫଳ କରିବାରେ ଯେଉଁମାନେ ନିଜର ୧୦୦% ଦେଇଛନ୍ତି, Team DADA ସମସ୍ତଙ୍କ ପ୍ରତି ଅନ୍ତରରୁ କୃତଜ୍ଞ।

ଆସନ୍ତୁ…
🌳 ଗଛ ଲଗାଇବା
🌱 ପରିବେଶ ବଞ୍ଚାଇବା
🤝 ହାତେ ହାତ ମିଳାଇ ଆଗକୁ ବଢ଼ିବା।

Let us Grow Hand in Hand… 🌱🤝🌳

ଲାୟନ୍ କିଶୋର ମିଶ୍ର
General Secretary, DADA
🌹🧡🌹🙏

Comments (0)
Add Comment