୩୦ ବର୍ଷ ଧରି ଝାଲ ମୁଢି ବିକୁଛନ୍ତି  ଗଗନ

ଅଭିନବ ଉପାୟରେ ଗୀତଗାଇ ବିକୁଛନ୍ତି ଝାଲମୁଢି

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଳକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ମଣିପୁର ଶାସନ ଗ୍ରାମରେ ଗଗନ ବିହାରୀ ଦେହୁରୀଙ୍କ ଘର।

ସେ ଦୀର୍ଘ ୩୦ ବର୍ଷ ହେଲା ଢେଙ୍କାନାଳ ଜିଲ୍ଲା ସମେତ ବିଭିନ୍ନ ସ୍କୁଲ, କଲେଜ, ଫ୍ଲାଟଫର୍ମ ,ବସଷ୍ଟାଣ୍ଡ, ଟ୍ରେନ୍‌ ଷ୍ଟେସନ ଓ ହାଟବଜାର,ଯାତ୍ରା ଓ ସଭାସମିତି ମାନଙ୍କରେ ଝାଲମୁଢି ବିକି ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି ।

ସେ ପାଠ ପଢିନଥିଲେ ମଧ୍ୟ ବହୁ ଗୀତ ଓ ଢଗଢମାଳି ଗୀତଗାଇ ଲୋକମାନଙ୍କୁ ଆକୃଷ୍ଟ କରି ପରିବାର ଚଳାଉଥିବା କହିଛନ୍ତି । ଆପଣମାନେ ମୋ ଝାଲମୁଢି ଖାଇଲେ ମୋ ପିଲାମାନେ ପାଠ ପଢିପାରିବେ ।

ବିଭିନ୍ନ ସ୍ଥାନରେ ତାଙ୍କର କଥା ଓ ଗୀତ ଶୁଣି ଛୁଆରୁ ବୁଢା ପର୍ଯ୍ୟନ୍ତ ଆକୃଷ୍ଟ ହୋଇ ଝାଲମୁଢି ଖାଉଥିବା ଦେଖିବାକୁ ମିଳିଛି ଓ ଲୋକଙ୍କ ଭିଡ଼ ଜମିଛି ।

Comments (0)
Add Comment