ଆପ୍ ରାଜ୍ୟ ସଭାପତିଙ୍କ ଚାରିଦିନିଆ ଢେଙ୍କାନାଳ ଗ୍ରସ୍ତ : ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଓ ନିଶ୍ଚିତ ରୋଜଗାର ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ

ଢେଙ୍କାନାଳ : ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସଂଗଠନ ସୁଦୃଢ କରିବା ପାଇଁ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଚାରିଦିନିଆ ଢେଙ୍କାନାଳ ଗ୍ରସ୍ତ କରି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସଦର ବ୍ଲକ ପାର୍ଟି କାର୍ଯ୍ଯାଳୟରେ ସଦର ବ୍ଲକର ବିଭିନ୍ନ ଜୋନ ସଂଯୋଜକ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଂଗଠନିକ ପ୍ରକ୍ରିୟାରେ ଆଗାମୀ ରଣନୀତି ପ୍ରସ୍ତୁତ କରିଥିଲେ।

ସେହିପରି ଅପରାହ୍ନରେ ଜିଲ୍ଲା କାର୍ଯ୍ୟକାରିଣୀ ଟିମ୍ ସହ ବିଭିନ୍ନ ପଞ୍ଚାୟତ ବୁଲି ପ୍ରମୁଖ ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ। ଗଁଦିଆ ବ୍ଲକ ପାର୍ଟି କାର୍ଯ୍ଯାଳୟ ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇ ଆଗାମୀ ସାଂଗଠନିକ କାର୍ଯ୍ୟସୂଚୀ ସ୍ଥିର କରିବା ସହ ପଞ୍ଚାୟତରେ ଘର ଘର ପହଁଞ୍ଚି ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଓ ନିଶ୍ଚିତ ରୋଜଗାର ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ କର୍ମୀମାନଙ୍କୁ କହିଥିଲେ।

ତାପର ଦିନ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପ୍ରମୁଖ ସଦସ୍ୟ ମାନଙ୍କ ସହିତ ସମୀକ୍ଷା ବୈଠକ କରି ରାସୋଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପାଖରେ ଏକ ଚା’ ପେ ଚର୍ଚ୍ଚା କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ସାଂଗଠନିକ ସମ୍ପାଦକ ବିଧୁରଞ୍ଜନ ନାୟକ, ଉପସଭାପତି ବିକ୍ରମ ରାଉତ ଓ ରମେଶ ଚନ୍ଦ୍ର ପଣ୍ଡା, ହିନ୍ଦୋଳ ବ୍ଳକ ସଭାପତି ମନୋରଞ୍ଜନ ପାଳ ଓ ଓଡ଼ାପଡ଼ା ବ୍ଲକ ସଭାପତି ଲକ୍ଷ୍ମଣ ନାଏକ ବ୍ୟତୀତ ବିଭିନ୍ନ ପଞ୍ଚାୟତର ବରିଷ୍ଠ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ।

ଢେଙ୍କାନାଳ ମୁନିସିପାଲିଟର କମିଟି ସଦସ୍ୟ ଓ ସକ୍ରିୟ ସଦସ୍ୟ ମାନଙ୍କ ସହ ସ୍ଥାନୀୟ ଗୋପୀନାଥ ଗାର୍ଡେନରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ନଗର ସଭାପତି ଚିନ୍ମୟ ସେନାପତି, ଉପ ସଭାପତି ଫକିର ମଲ୍ଲିକ, ସମ୍ପାଦକ ଭୀଷ୍ମଦେବ ବେହେରା, ନଗର ମହିଳା ସଭାନେତ୍ରୀ ସ୍ଵପ୍ନାରାଣି ଜେମ୍ସ, ଉପସଭାନେତ୍ରୀ ରଚିତା ନାଏକ ବ୍ୟତୀତ ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ନନ୍ଦୀ, ଉପେନ୍ଦ୍ର ସ୍ବାଇଁ ଓ ଦୁର୍ଗା ଚରଣ ବେହେରାଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ସମସ୍ତ ବୈଠକରେ ରାଜ୍ଯ ସଭାପତିଙ୍କ ବ୍ୟତୀତ ଜିଲ୍ଲା ସଭାପତି ପଙ୍କଜ ନାୟକ, ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ତଥା ମୁନିସିପାଲିଟର ପର୍ଯ୍ଯବେକ୍ଷକ ଜିତେନ୍ଦ୍ର ବେହେରା ସମ୍ପୂର୍ଣ୍ଣ ଗ୍ରସ୍ତ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।

Comments (0)
Add Comment