ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଋତୁରାଜଙ୍କୁ ପ୍ରଥମ ପୁରସ୍କାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ର ଋତୁରାଜ ପଟ୍ଟନାୟକ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ (ଜ୍ଞାନ ବିଜ୍ଞାନ ମେଳା)ରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଗୁରୁବାର ମୋଟଙ୍ଗାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଋତୁରାଜ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଏକ ଚିତ୍ତାକର୍ଷକ ମଡେଲ ପ୍ରସ୍ତୁତ କରିଥିଲେ। ତାଙ୍କ ମଡେଲରେ ପରିମଳ, ପରିଚ୍ଛନ୍ନତା ଏବଂ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବିଚାରକ ଓ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା।
ବିଦ୍ୟାଳୟର ଶିକ୍ଷକ ସୁମନ୍ତ ବେହେରା ମଡେଲ ପ୍ରସ୍ତୁତିରେ ଋତୁରାଜଙ୍କୁ ମାର୍ଗଦର୍ଶନ ଓ ସହଯୋଗ କରିଥିଲେ। ପାଠପଢ଼ାରେ ମଧ୍ୟ ଋତୁରାଜ ଭଲ ପ୍ରଦର୍ଶନ କରିବା ସହ ବିଜ୍ଞାନ ଓ ନୂତନ ଚିନ୍ତାଧାରା ପ୍ରତି ଆଗ୍ରହ ରଖିଛନ୍ତି।

ଋତୁରାଜଙ୍କ ଏହି ସଫଳତାରେ ପରିବାର, ଶିକ୍ଷକ ଓ ବିଦ୍ୟାଳୟରେ ଆନନ୍ଦ ପ୍ରକାଶ ପାଇଛି। ତାଙ୍କ ବାପା ମନୋଜ ପଟ୍ଟନାୟକ ଜିଏମଆର କାମଳଙ୍ଗା ଏନର୍ଜି ଲିମିଟେଡ୍‌ରେ କାର୍ଯ୍ୟରତ ଅଛନ୍ତି।

Comments (0)
Add Comment