ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ।

ଢେଙ୍କାନାଳ  – ପାଞ୍ଚ ଦଫା ଦାବିରେ ଆଜି ସାରା ଦେଶରେ ଗ୍ରାମୀଣ ଡ଼ାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି । ସେଥିରେ ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ଡ଼ାକ ସେବକ ମାନେ ଯୋଡ଼ି ହୋଇଛନ୍ତି।

ସଂଘର ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ଡ଼ାକ ଘରେ କାର୍ଯ୍ୟରତ ଡ଼ାକ ସେବକ ମାନେ କାମ ବନ୍ଦ କରି ଦାବି ହାସଲ ପାଇଁ ଧର୍ମଘଟରେ ବସିଥିବା ଦେଖିବାକୁ ମିଳିଛି।

କାମାକ୍ଷାନଗର ଉପଖଣ୍ଡ ର ଅଁଳାବେରେଣୀ ସ୍ଥିତ ଡାକ ସେବା ପକ୍ଷରୁ କର୍ମଚାରୀ ମାନେ ଦାବୀ ଅନୁସାରେ ପାଞ୍ଚ ଲକ୍ଷ ଟଙ୍କା ବୀମା ରାଶି ବୃଦ୍ଧି,ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବା, ୧୨ ବର୍ଷ ରେ ପଦୋନ୍ନତି ଲାଗୁ କରିବା ।ଲକ୍ଷ୍ୟ ପୂରଣ ନାମରେ ଅଧିକ ସମୟ ଖଟାଇବା ବନ୍ଦ ଆଦି ଦାବିନେଇ କଣ୍ଟାପାଳ ମଣ୍ଡଳ ର ଗ୍ରାମ୍ୟ ଡାକ ସେବକ ମାନଙ୍କ ତରଫରୁ ରଞ୍ଜନ କୁମାର ମହାକୁଡ଼ ଙ୍କ ନେତୃତ୍ୱ ରେ ଅଂଚଳ ର ସମସ୍ତ ଡାକସେବକ ଏହି ଧର୍ମଘଟ ରେ ସାମିଲ ହୋଇଛନ୍ତି ଏପରି କି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରି ଧର୍ମଘଟ ଚାଲୁ ରଖିବା ପାଇଁ ଚେତାବନୀ ଦେଇଛନ୍ତି।

Comments (0)
Add Comment