କପିଳାସ ମହୋତ୍ସବ ୨୦୨୩ ଉଦଘାଟିତ

ଚଳିତ ବର୍ଷ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୧ବର୍ଷ ପୂର୍ତ୍ତି ଅବସରରେ ୫ମ କପିଳାସ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଅତିଥିମାନଙ୍କ ଦ୍ୱାରା ମଶାଲରେ ଅଗ୍ନି ସଂଯୋଗ କରିଥିଲେ, ପରେ ମନ୍ଦିର ବେଢ଼ା ପରିକ୍ରମା ପରେ ପର୍ବତାରୋହଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଗଙ୍ଗାଧର ସାମଲ, ସଦର ଏସ୍.ଡ଼ିପିଓ ବିଭୁତି ଭୂଷଣ ମହାପାତ୍ର, ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସାଂସଦଙ୍କ ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ର, ସାମ୍ବାଦିକ ସଂଘର ସମ୍ପାଦକ ସତ୍ୟସ୍ୱରୂପ ଦାସ, ବରିଷ୍ଠ କଳାକାର ଅରବିନ୍ଦ ସାହୁ, ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ, ବରିଷ୍ଠ ଆଇନଜୀବୀ ଦୀପ୍ତିସ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ପଟ୍ଟନାୟକ, ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ ଓ ସେବାୟତ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଯାହାକି ଏଭେରେଷ୍ଟ ଆହୋରଣ କାରୀ ସ୍ୱର୍ଗତ କଳ୍ପନା ଦାଶଙ୍କ ସ୍ମୃତିରେ ପର୍ବତାରୋହଣ କାର୍ଯ୍ୟକ୍ରମ ତଥା କପିଳାସ ମହୋତ୍ସବକୁ ଉଦ୍ଘାଟନ କରିବା ସହ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, ଗୁରୁଦେବଜୀ ଗୁରୁକୁଳ ଓ ବିଭିନ୍ନ ଅନୁଷ୍ଠାନର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ କପିଳାସ ମନ୍ଦିର ପରିସରରୁ ଦେବସଭା ପର୍ଯ୍ୟନ୍ତ ପର୍ବତାରୋହଣ କରିଥିଲେ ।

ପରେ ଅନୁଷ୍ଠାନ ପକ୍ଷରୁ ପବିତ୍ର ବଡ଼ଓଷା ଅବସରରେ ପୂଜକ, ସେବାୟତ ଓ କଳାକାର ମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ସ୍ୱତନ୍ତ୍ର ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁମାନଙ୍କ ପାଇଁ ଆୟୋଜନ ହୋଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ମାଇକ୍ରୋମିଡିଆର ନିର୍ଦ୍ଦେଶକ ଅଥୟ ସାହୁ ପରିଚାଳନା କରିଥିଲାବେଳେ । ଅନୁଷ୍ଠାନର ସଦସ୍ୟ ତଥା କପିଳାସ ମହୋତ୍ସବର ଆବାହକ ଇଂ ସୌମ୍ୟବ୍ରତ ସାହୁଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶେଷରେ ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦସ୍ୟ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ପରେ ଅପରାହ୍ନ୪ଟାରେ ସମୟରେ ବୀର ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବାଜିଚୌକ ଛକଠାରୁ ମଶାଲ ସହ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ବ୍ଲକର ସଂକୀର୍ତ୍ତନ ମଣ୍ଡଳୀ, ବୀର ପାଇକ ସମରକଳାକାର, କ୍ରୀଡ଼ାବିତ ଓ କଳାକାର ମାନେ ସାମିଲ ହୋଇଥିଲେ ।

ଏହି ଶୋଭାଯାତ୍ରାକୁ ପରିବେଶବିତ ପ୍ରଦ୍ୟୁମ୍ନ ରଥ, କଳାକାର ଶତ୍ରୁଘନ ମାଟି, ଅଧ୍ୟାପକ ସମୀର କୁମାର ସାହୁ, ସାହିତ୍ୟିକ ବାହାଦୂର ପାଟସାହାଣୀ, ବରିଷ୍ଠ ସାମ୍ବାଦିକ ରତନ ନାୟର, ଆଇନଜୀବୀ ଦେବାଶିଷ୍ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୋପବନ୍ଧୁ ଟାଉନ ହଲ ଠାରେ ପହଂଚି ଥିଲେ ।

ଅନୁଷ୍ଠାନର ୨୧ ବର୍ଷ ପୂର୍ତି ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତବର୍ଷ ନଭେମ୍ବର ୨୬ ଓ ୨୭ ଦୁଇ ଦିନ ଧରି ଗୋପବନ୍ଧୁ ଟାଉନହଲ ଠାରେ ହୁଲହୁଳି, ଶଙ୍ଖ ବାଦନ, ସୁଗୃହିଣୀ, ଝୋଟି, ମେହେନ୍ଦି, ଗୀତ, ତବଲା, କି-ବୋର୍ଡ, ଫ୍ୟାନ୍ସି ଡ୍ରେସ, ରାମ୍ପଶୋ, ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ଲଘୁନୃତ୍ୟ, ଦଳଗତ ନୃତ୍ୟ ବିଭିନ୍ନ ବର୍ଗରେ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ ରାଜ୍ୟର ବିଭିନ୍ନ ପ୍ରତିଭା ଧାରୀ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସଙ୍ଗେ ସଙ୍ଗେ ୨୭ ତାରିଖ ଦିନ ରକ୍ତଦାନ ଶିବିର, ସ୍ୱତନ୍ତ୍ର କବିତା ଆସର ଏବଂ ବୃକ୍ଷରୋପଣ ପରି ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Comments (0)
Add Comment