ମହିମା ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ମହିମାଗାଦି, ତା ୧୮.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟ କ୍ରମରେ ଡକ୍ଟର ଆଶୁତୋଷ ମିଶ୍ର ଏବଂ ଫାର୍ମାଶିଷ୍ଟ ଶ୍ରୀ ଦେବାଶିଷ ରାଉତ ଏବଂ ସେମାନଙ୍କ ସହାୟକ ଗୋଷ୍ଠୀ ଯୋଗଦାନ କରି ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ବିତରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ +୨ ଏବଂ+୩ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନ ସାମାଜିକ ଆଭିମୁଖ୍ଯ ଓ କାର୍ଯ୍ୟକଳାପ ନିମନ୍ତେ ଆୟୋଜିତ କରଯାଇଥିଲା ।

ଏହି କାର୍ଯ୍ୟକ୍ରମରେ +୨ର ନୋଡାଲ ଅଫିସର ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ସ୍ଵାଗତ ଭାଷଣ ଦେବା ସହିତ କାର୍ଯ୍ୟ କ୍ରମର ଆଭିମୁଖ୍ଯ ଏବଂ ସ୍ୱାସ୍ଥ୍ୟହିଁ ସମ୍ପଦ ବୋଲି ମତ ପ୍ରକାଶ କରିଥିଲେ । ସୁସ୍ଥ ନାଗରିକ ଦେଶର ମାନବ ସମ୍ବଳ ଏବଂ ପ୍ରଗତିର ମୂଳ ଆଧାର ବୋଲି ଅଧ୍ୟକ୍ଷ ମତ ରଖିଥିଲେ ।

‘ନିଉ ଇଣ୍ଡିଆ’ ସନ୍ଥପୁରର ସମ୍ପାଦକ ଶ୍ରୀଯୁକ୍ତ ଶେଷଦେବ ରାଉତଙ୍କ ସୌଜନ୍ଯରୁ ଆୟୋଜିତ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଡକ୍ଟର ଶକୁନ୍ତଳା ଭୂୟାଁ, ସୁନିଆ ବିଶୋଈ, ଅଧ୍ୟାପକ ସୌମ୍ଯରଞ୍ଜନ ସାହୁ, କାଳନ୍ଦି ଚରଣ ପଣ୍ଡା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

ପରିଶେଷରେ +୩ ର ନୋଡାଲ ଅଧିକାରୀ ଅଧ୍ୟାପକ ଶରତ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିବା ସମସ୍ତ ଅତିଥି, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment