ବିଜେପି ନେତା ଙ୍କ ଝିଅ ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ : ଅଧ୍ୟାପିକା ଶାଶୁ ଓ ଜ୍ବାଇଁ ଗିରଫ

ଭୁବନ :ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଞ୍ଚଳର ଜନୈକ ବିଜେପି ନେତା ଙ୍କ ଝିଅ କୁ ତା ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ଅପରାଧରେ ଶାଶୁ ଓ ସ୍ବାମୀ ଙ୍କୁ ଜେଲ ଯିବାକୁ ପଡ଼ିଛି।
ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ଭୁବନ ର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମଣ୍ଡଳ ସଭାପତି ଭାଗିରଥି ବେହେରା ଙ୍କ କନ୍ୟା ରଶ୍ମିତା ବେହେରା ୨୦୨୨ ମସିହା ଅପ୍ରେଲ ମାସ ୧୭ ତାରିଖରେ ଜଗତସିଂହପୁର ର ଏସ ଭି ଏମ କଲେଜ ର ଅଧ୍ୟାପିକା ସୁପ୍ରଭା ଜେନା ଓ ଅକ୍ଷୟ କୁମାର ପାତ୍ର ଙ୍କ ପୁଅ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ର ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।ବାହାଘର ସମୟରେ ୫ ଭରି ସୁନା ଗହଣା ସମେତ ସମସ୍ତ ଘର କରଣl ସାମଗ୍ରୀ ଓ ଜାନି ଯୌତୁକ ପ୍ରଦାନ କରିଥିଲେ।
 ବିବାହ ର ଏକ ମାସ ପରେ ଶାଶୁଘର ଲୋକ ଯଥା ସ୍ଵାମୀ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ର, ଶାଶୁ ସୁପ୍ରଭା ଜେନା, ଶ୍ଵଶୁର ଅକ୍ଷୟ କୁମାର ପାତ୍ର ଓ ଦିଅର ଶ୍ରୀହର୍ଷ ଦିଗ ବିଜୟ ପାତ୍ର, ରଶ୍ମିତା ଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ମାନସିକ ଓ ଶାରୀରିକ ଅତ୍ୟାଚାର ଆରମ୍ଭ କଲେ। ଗତ ଜୁନ ମାସ ୫ ତାରିଖ ଦିନ ରଶ୍ମିତା ଜଗତସିଂପୁର ଉଗ୍ରତାରା କଲୋନୀ ସ୍ଥିତ ଶାଶୁ ଘରେ ରୋଷେଇ କରୁଥିବା ବେଳେ ରୁଟି ପୋଡି ଯିବା ଯୋଗୁଁ, ତାଙ୍କ ଶାଶୁ ସୁପ୍ରଭା ଜେନା ତାଙ୍କୁ ଆକ୍ରମଣ କରି ସେହି ଗରମ ରୁଟି ସେକା ତାୱା ରେ ତାଙ୍କ ଦେହ ର ଅନେକ ଜାଗା କୁ ଗରମ ଚେଙ୍କା ଦେଇ କ୍ଷତାକ୍ତ କରିଦେଲେ ଓ ତାଙ୍କୁ ଜୀବନରେ ମାରିଦେବା ପାଇଁ ପରିବାର ଲୋକ ପ୍ରଚେଷ୍ଟା କଲେ।
ସ୍ଵାମୀ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ର, ରଶ୍ମିତା ଙ୍କୁ ସବୁ ବେଳେ ନିଶାସକ୍ତ ଅବସ୍ଥା ରେ ମାଡ ମାରି ଲହୁ ଲୁହାଣ କରୁଥିଲେ। ଏହି ଖବର ଭୁବନ ସ୍ଥିତ ରଶ୍ମିତା ର ବାପା, ମା ଖବର ପାଇ ଗତ ଜୁନ ୯ ତାରିଖ ରେ ଜଗତସିଂପୁର ଶାଶୁ ଘରୁ ତାଙ୍କ ଜୀବନ ବଞ୍ଚାଇ ନେଇ ଆସିଲେ ଓ ସେ ହସ୍ପିଟାଲ ରେ ଚିକିତ୍ସିତ କରାଇ ଥିଲେ । ସୁସ୍ଥ ହେବା ପରେ ଏ ସଂକ୍ରାନ୍ତ ରେ ଗତ ଜୁଲାଇ ୧୯ ତାରିଖ ରେ ଭୁବନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।
ଭୁବନ ଥାନା ପକ୍ଷରୁ କେଶ୍ ନମ୍ୱର ୨୬୯ ଦଫା ୪୯୮ ଏ, ୨୯୪,୩୨୩,୩୨୪,୩୦୭,୫୦୬,୩୪ ଓ ୬ଏ/୪ (ଯୌତୁକ ବିରୋଧୀ) ରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟ ରେ ଘଟଣା ର ସତ୍ଯାସତ୍ଯ ନିର୍ଧାରଣହେବା ପରେ ଗତକାଲି ସକାଳୁ ଭୁବନ ଥାନା ର ଏକ ସ୍ଵତନ୍ତ୍ର ପୋଲିସ ଟିମ ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶ ରେ ଜଗତସିଂପୁର ସ୍ଥିତ ମୁଦାଲା ମାନଙ୍କ ବାସ ଘରେ ଚଢାଉ କରି ଶାଶୁ ସୁପ୍ରଭା ଜେନା ଓ ସ୍ଵାମୀ ଡନ ଓରଫ ଖାରବେଳ ଦିଗବିଜୟ ପାତ୍ର ଙ୍କୁ ଗିରଫ କରି ଭୁବନ ଥାନାକୁ ଆଣିଥିଲେ ।
ଉଭୟ ମା ଓ ପୁଅଙ୍କୁ ମାନ୍ୟବର ଭୁବନ ଜେଏମଏଫସି କୋର୍ଟ ରେ ହାଜର କରାଯାଇ ଦୁଇଜଣଙ୍କ ଯାମିନ ନାମଞ୍ଜୁର ହେବା ଯୋଗୁଁ ତାଙ୍କୁ କାମାକ୍ଷାନଗର ସ୍ଥିତ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି।
ଭୁବନ ପୋଲିସ ର ଏହି ସମୟୋଚିତ କାର୍ଯ୍ୟ ଯୋଗୁଁ ପୀଡ଼ିତା ଓ ତାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି। ଏହି ଘଟଣା ରେ ଜଡିତ ଥିବା ପରିବାର ର ଅନ୍ୟ ସଦସ୍ୟ ଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ କହିଛନ୍ତି ।
Comments (0)
Add Comment