ନାବାଳିକାକୁ ଗର୍ଭବତୀ କରିବା ଘଟଣା, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍

ଢେଙ୍କାନାଳ : ଢେଙ୍କାନାଲ ଜିଲ୍ଲା କାମାକ୍ଷାନଗର ଥାନା ଅଂଚଳରେ ଗତ ୨୦୨୧ମସିହାରେ ଏକ ନାବାଳିକାକୁ ପ୍ରଲୋଭିତ କରି ଗର୍ଭବତୀ କରିବା ମାମଲାର ଆଜି ଶୁଣାଣି କରି ଫାଷ୍ଟ ଟ୍ରାକ୍ ସ୍ପେସାଲ୍ (ପୋକ୍ସୋ) କୋର୍ଟ ବିଚାରପତି ସୂର୍ଯ୍ୟମଣି ମହାପାତ୍ର ମାଣିତ୍ରି ଗ୍ରାମର ନିର୍ମଳ ମହାରଣାକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିଦେ୍ର୍ଦଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ମାଣିତ୍ରି ଗ୍ରାମର ନିର୍ମଳ ସେହି ଗ୍ରାମର ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭିତ ଓ ଭୟଭିତ କରାଇ ଯୋର୍ଜବରଦସ୍ତ ଶାରୀରିକ ସଂପର୍କ ରଖିବା ସହିତ ଗର୍ଭବତୀ କରାଇଥିଲେ । ଏ ସଂପର୍କରେ ନାବାଳିକା ଜଣକ ତାଙ୍କ ପରିବାରକୁ ଜଣାଇଥିଲେ । ପିଡିତାଙ୍କ ବାପା ଏ ନେଇ କାମାକ୍ଷାନଗର ଥାନାରେ ଲଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ୍ କେଶ୍ ନଂ-୪୩୧/୨୦ରେ ମାମଲା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲେ । କୋର୍ଟ ଉପରୋକ୍ତ ମାମଲାକୁ ସିଟି ସ୍ପେସାଲ୍ ପୋକ୍ସୋ କେଶ୍ ନଂ ୧/୨୧ରେ ଗ୍ରହଣ କରି ୧୫ଜଣ ସାକ୍ଷୀଙ୍କ ବୟାନକୁ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ୩୭୬ (୨) (ଏନ୍) ଏବଂ ୪ ପୋକ୍ସୋ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ତିନିମାସ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅପରପକ୍ଷରେ ପିଡୀତାଙ୍କୁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ଆଇନ୍ଜୀବୀ ଦିଲ୍ଲୀପ କୁମାର ମଲ୍ଲିକ ଓ ଜାହିର୍ ମହମ୍ମଦ ପରିଚାଳନା କରିଥିଲେ ।

Comments (0)
Add Comment