ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷ ରୁ ଗାନ୍ଧିଜୀ ଙ୍କ ତିରୋଧାନ ଦିବସ ପାଳିତ

ପରଜଙ୍ଗ: ବିଶ୍ୱରେ ଅଂହିସକ ଆନ୍ଦୋଳନ ଓ ବିଚାର ର ଉଦାହରଣ ହେଉଛନ୍ତି ମହାତ୍ମାଗାନ୍ଧୀ l ଗାନ୍ଧିଜୀ ଙ୍କୁ ହତ୍ୟା କରାଯାଇଥିଲେ ବି ତାଙ୍କ ବିଚାର କୁ କେହି ହତ୍ୟା କରିପାରିନାହାନ୍ତି ବୋଲି ତାଙ୍କ 75ତମ ତିରୋଧାନ ଦିବସ ରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l

ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ପରଜଙ୍ଗ ବ୍ଲକ ରେଣ୍ଠାପlଟ ଗ୍ରାମପଞ୍ଚାୟତ ପାଣିଗେଙ୍ଗୁଟିଆ ବନ୍ୟା ଆଶ୍ରୟସ୍ଥଳ ରେ ମହାତ୍ମାଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି l

ପାଣିଗେଙ୍ଗୁଟିଆ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସିଂ, କଙ୍କିଳ ଗ୍ରାମପଞ୍ଚାୟତ ସରପଞ୍ଚ ମକରଚlନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇ ଦେଶ ର ସ୍ୱାଧୀନତା ଆନ୍ଦୋଳନ ଓ ଦେଶ ଗଠନ ପାଇଁ ମହାତ୍ମାଗାନ୍ଧୀ ଙ୍କ ଦର୍ଶନ ଓ ବିଚାର ଉପରେ ଆଲୋକପାତ କରିବା ସହିତ ତାଙ୍କ ବଳି ଜଣେ ବ୍ୟକ୍ତିତ୍ୱ ଙ୍କୁ ହତ୍ୟା କରାଯିବା ଦୁଃଖର ବିଷୟ ବୋଲି କହିଥିଲେ l

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ରାଜ୍ୟ କମିଟି ସଭ୍ୟ ଶିଶିର ଶତପଥୀ ସଭାପତିତ୍ୱ କରି ଗାନ୍ଧୀ ଙ୍କ ନିନ୍ଦା କୁ ଦୃଢ ନିନ୍ଦା କରିବା ସହ ତାଙ୍କ ଦର୍ଶନ ଓ ବିଚାର ସମଗ୍ର ବିଶ୍ୱ ଗ୍ରହଣ କରିଥିବା କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଶାନ୍ତ କୁମାର ପତି, ଶୁଭଲକ୍ଷ୍ମୀ ସାହୁ, ୱାର୍ଡ ମେମ୍ବର ପ୍ରତାପ କୁମାର ସାହୁ, ପ୍ରଦୀପ ସାହୁ, ସୁଜାତା ସାହୁ, ଗୀତାଞ୍ଜଳି ସାହୁ, ପ୍ରମିଳା ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞlପନ କରିଥିଲେ l ପ୍ରିୟଦର୍ଶିନୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment