ମହିମା ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ମହିମାଗାଦି: ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା୨୮.୦୧.୨୦୨୩ ରିଖ ଡିବା ୧୧.୩୦ ଠାରୁ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ +୨ ରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ଓ ଶିକ୍ଷକ ମାନଙ୍କର ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସମାଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ ପରୀକ୍ଷା ପରିଚାଳନା, ଶୈକ୍ଷିକ ଓ ସଂଯୋଜିତ ଶୈକ୍ଷିକ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର ସମ୍ପର୍କରେ ଆଲୋଚନା କରିଥିଲେ । ଧନ୍ଦାମୂଳକ ଶିକ୍ଷାର କନିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ରଞ୍ଜିତ କୁମାର ଚିନରା ଧନ୍ଦାମୂଳକ ଶିକ୍ଷାର ଭବିଷ୍ୟତ ଏବଂ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ପୁରାତନ ଛାତ୍ରଛାତ୍ରୀ ମାନଙ୍କର ମୋ ସ୍କୁଲ ଅଭିଯାନ ପାଇଁ ସହଯୋଗ, ଶିକ୍ଷାନୁଷ୍ଠାନ ପରିସରରୁ ହିଂସା ଦୂରୀକରଣ ଏବଂ ଅଭିଭାବକ ମାନଙ୍କର ସଚେତନତା ଛାତ୍ରଛାତ୍ରୀ ମାନଙ୍କୁ ମନୋନୋଶୀଳ କରିପାରିବ ବୋଲି ମତ ରଖିଥିଲେ ।

ଅଭିଭାବକ ମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପ୍ରଧାନ, ବୈଷ୍ଣବ ଚରଣ ସାହୁ, ସୁଶାନ୍ତ କୁମାର ସେଠୀ, କ୍ଷେତ୍ରବାସୀ ରାଉତ, ପ୍ରଦୀପ ରାଉତ, ଅଞ୍ଜନ ପ୍ରଧାନ, ଶ୍ରୀମତୀ ଉର୍ବଶୀ ନାଥ, ମିନତୀ ନାଥ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରଦାନ କରାଯାଉଥିବା ବିଭନ୍ନ ପାଠ୍ୟକ୍ରମ, ଶୃଙ୍ଖଳା, ନିୟମିତ ଶ୍ରେଣୀଶିକ୍ଷା, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଇତ୍ୟାଦି ସୂଚାରୁ ରୂପେ ସମ୍ପାଦିତ ହେଉଅଛିବୋଲି ସେମାନଙ୍କର ପିଲାମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଅଛନ୍ତି ବୋଲି ଖୁସି ବ୍ୟକ୍ତ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଭିଭାବକ ମାନଙ୍କର ମତାମତକୁ ସମ୍ମାନ ଜଣାଇବା ସହିତ ଆଗାମୀ ଦିନରେ ଶୈକ୍ଷିକ ପରିବେଶକୁ ସମସ୍ତଙ୍କ ସହଯୋଗରେ ଆହୁରି ଅନେକ ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଶେଷରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment