ସଚ୍ଚିଦାନନ୍ଦ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ମତଦାତା ଦିବସ ପାଳିତ

ଢେଙ୍କାନାଳ:ସଚ୍ଚିଦାନନ୍ଦ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ ଇନ୍ଦିପୁର ରେ ଆଜି 25/01/2023 ରେ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ର ଉପ ଅଧକ୍ଷ ଶ୍ରୀଯୁକ୍ତ ସମରେନ୍ଦ୍ର ସିଂ ସଭାପତିତ୍ୱ କରିଥିଲେ l

ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ମତଦାତା ର ଗୁରୁତ୍ୱ କଣ, ଉତ୍ତରଦାୟିତ୍ୱ କଣ, ତଥା ଦେଶର ଭବିଷ୍ୟତ ନିର୍ମାଣ ରେ ଯୁବପିଢ଼ି ଓ ଛାତ୍ରୀ ଛାତ୍ର ମାନଙ୍କର ଭୂମିକା କଣ ହେବା ଉଚିତ ସେ ବିଷୟରେ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର, ଡ଼କ୍ଟର ପୁଷ୍ପଲତା ରଥ, ଦୁର୍ଗାମାଧବ ପାଣିଗ୍ରାହୀ ତଥା ପ୍ରହଲ୍ଲାଦ କୁମାର ନାୟକ ପିଲାମାନଙ୍କୁ ଗୁରୁତ୍ୱପୂର୍ଣ ବିବରଣୀ ପ୍ରଦାନ କରିଥିଲେ l

ଶେଷରେଅଧ୍ୟାପିକା ଦୀପ୍ତିବାଳା ମିଶ୍ର ଛାତ୍ରୀ ଛାତ୍ର ମାନଙ୍କୁ ଆଜି ଦିବସ ପାଇଁ ଏକ ଶପଥ ପାଠ କରାଇଥିଲେ l

Comments (0)
Add Comment