ଶିଶୁମାନଙ୍କର ଚରିତ୍ର ଗଠନରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୂର୍ଯ୍ୟାଲୋକ ଫାଉଣ୍ଡସନ୍ର ୪ର୍ଥ ବାର୍ଷିକୋତ୍ସବ ପାଳିତ

ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ର ଚତୁର୍ଥ ବାର୍ଷିକୋତ୍ସବ ଓ ପ୍ରତିଭା ମହୋତ୍ସବ ସହରର ପୁରୁଣା ଜିଲ୍ଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି ।  ଉଦ୍ୟାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କର ଚରିତ୍ର ଗଠନରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଭଳି ଅନୁଷ୍ଠାନମାନେ ସାମାଜିକ ପ୍ରତିବଦ୍ଧତାକୁ ସ୍ୱୀକାର କରି ସାଂସ୍କୃତିକ ଓ ସାମାଜିକ ଜାଗରଣ ଆଣିବାରେ କାର୍ଯ୍ୟ କରୁଛନ୍ତି ଯାହା ଅତି ପ୍ରଶଂସନୀୟ  ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଯୋଗଦେଇ ନିନ୍ଦା ଓ ପ୍ରଶଂସାକୁ ଭୃକ୍ଷେପ ନକରି  ଯିଏ ସାମାଜିକ କାର୍ଯ୍ୟରେ ନିଜକୁ ନୀତିଗତ ଭାବରେ କୌଣସି ଲାଭ ଓ ଲୋଭ ନରଖି କାର୍ଯ୍ୟକରି ଚାଲେ ତାକୁ ଦିନେ ସଫଳତାର ଶୀର୍ଷରେ ପହଁଚିବାକୁ କେହି ରୋକିପାରିବେ ନାହିଁ । ଏଥିପାଇଁ ନିରବଚ୍ଛିନ୍ନ ଓ ନିରନ୍ତର କାର୍ଯ୍ୟ କରିବାକୁ ପଡେ, ଯାହାକି ସୂର୍ଯ୍ୟାଲୋକ ଫାଣ୍ଡେସନ୍ କାର୍ଯ୍ୟ  କରି ଅଗ୍ରସର ହେଉଛି ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର (ରାଜସ୍ୱ) ଯୋଗଦେଇ ଥିଲେ । ଅନ୍ୟତମ ଅତିଥି ଭାବେ ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ଯୋଗଦେଇଥିଲେ । ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ ନିଜର ଅଭିଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷ ଦୀପକ ରଞ୍ଜନ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଧ୍ୟା କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ସଂପାଦକ ପ୍ରଦୀପ କୁମାର ସାହୁ ଓ ଶୋଭାର ନିଦେ୍ର୍ଦଶକ ଉଦୟେନ୍ଦୁ ମିଶ୍ର, ଗ୍ଲବାଲ୍ ସର୍ଭିସେସ୍ର ଅଧ୍ୟକ୍ଷ ସଞ୍ଜୀବ କୁମାର ମିଶ୍ର, ସାମ୍ବାଦିକ କ୍ଷେତ୍ରରେ ଓ-ଟିଭିର ତାଳଚେର ପ୍ରତିନିଧି ମନିଲ୍ କୁମାର ମହାରଣା, ଘଣ୍ଟପଡା ତାଳଚେରର ସମାଜସେବୀ ବିଭୁତି ସାହୁଙ୍କୁ ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶାରଦା ପ୍ରସାଦ ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମକୁ ବିଜ୍ଞାନ ମହାନ୍ତି ଓ ରାମେଶ୍ୱରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ତିଳୋତମା ଚୌଧୁରୀ, ଅନିନ୍ଦିତା ମିଶ୍ର, ଶକ୍ତିପ୍ରସାଦ ହରିଚନ୍ଦନ, ସୁଚିତ୍ର ବେହେରା, ସୌମ୍ୟବ୍ରତ ସାହୁ, ମମତା ମହାନ୍ତ, ଡାର୍ଲିଂ ଡାଲ୍ଟନ୍, ଚିତରଞ୍ଜନ ମହାନ୍ତି, ପ୍ରତାପ ନାୟକ, ଇନ୍ଦ୍ରଜିତ୍ ସାହୁ, କାହ୍ନୁ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସମାଜ ପାଇଁ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଭଳି ଅନୁଷ୍ଠାନମାନଙ୍କର ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପାଳିକାର ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ମାଇକ୍ରୋମିଡିଆର ନିଦେ୍ର୍ଦଶକ ଅଥୟ କୁମାର ସାହୁ, ବରିଷ୍ଠ ଆଇନ୍ଜିବୀ ଭାବଗ୍ରାହୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଝୋଟି, ମେହେନ୍ଦୀ, ହୁଳହୁଳି, କୌତୁକ ବେଶ, ଗୀତ, ଏକକ ନୃତ୍ୟ, ଗୋଷ୍ଠୀ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment