ପ୍ରାକୃତିକ ଚିକିତ୍ସା ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଚାଉଳିଆ ଖମାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୂର୍ଯ୍ୟା ଫାଉଣ୍ଡେସନ ଓ ଇଣ୍ଟରନାସନାଲ ନାଚୁରୋପାଥୀ, ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ନାଚୁରୋପାଥୀ, ଆୟୁଷ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରାକୃତିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।

ଏଥିରେ ବରିଷ୍ଠ ପ୍ରାକୃତିକ ଚିକିତ୍ସକ ତଥା ଇଣ୍ଟରନାସନାଲ ନାଚୁରୋପାଥୀ ସଂସ୍ଥାର ଓଡିଶା ନିର୍ବାହୀ ସମିତିର ସଭାପତି ପତିତପାବନ ରାଉତ ଯୋଗଦେଇ ପଞ୍ଚମହାଭୂତ ମାଟି, ପାଣି , ପବନ, ଆଲୋକ ଓ ଆକାଶ ଦ୍ୱାରା ଶରୀର ଗଠିତ ବୋଲି କହିବା ସହିତ ଶରୀରରେ ରୋଗର କାରଣ ଏବଂ ଏହାର ପ୍ରୟୋଗ ବିଷୟରେ ନିରୋଗ ରହିବା ଉପରେ ଆଲୋକପାତ କରିଥିଲେ ।

ମୃତ୍ତିକା ଚିକିତ୍ସା, ଚିକିତ୍ସା, ଏନେମା, ଉପବାସ ଚିକିତ୍ସା, ଆହାର ଚିକିତ୍ସା ଉପରେ ବିଭିନ୍ନ ପ୍ରୟୋଗ ଉପରେ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ଉପସଭାପତି ବୈକୁଣ୍ଠ ବିହାରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଶ୍ୱିନୀ କୁମାରପତି, ସମ୍ମାନିତ ଅତିଥି ଭାବରେ ପିତବାସ ସାହୁ ଯୋଗ ଦେଇଥିଲେ ।

ଏହି ଅବସରରେ ଶିଶୁ ମାନଙ୍କୁ ସାତ୍ତ୍ୱିକ ଭୋଜନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ ।

Comments (0)
Add Comment