ଐତିହାସିକ ବଳଦଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି : ଭସାଣିରେ କେବଳ ପାରମ୍ପରିକବାଦ୍ୟ

ଭୁବନ : ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଓ ଶାରଦୀୟ ଦୁର୍ଗାପୂଜା ଚଳିତବର୍ଷ ଯାକଜମକରେ ପାଳନ ହେବ । ଶନିବାର ଅପରାହ୍ନରେ ଏନଏସି ସଭାଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶାନ୍ତି କମିଟି ମୁଖ୍ୟ ତଥା ସହର ସଂଗଠନ ସଭାପତି ବାସୁଦେବ ବେହେରା , ନଗରପାଳ ଶୁଭେନ୍ଦ ୁକୁମାର ସାହୁ , ତହସିଲଦାର ରୋଜାଲିନ ବେହେରା ,ଏସଡିପିଓ ରଂଜନ କୁମାର ଦେ , ଆଇ ଆଇସି ସୌଭାଗ୍ୟ କୁମାର ସ୍ୱାଇଁ , ବିଡିଓ କଲ୍ୟାଣ ସୌରଭ ଦାସ ,ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା ,ପଣ୍ଡିତ ମାତୃପ୍ରସାଦ ମିଶ୍ର , ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସଂପନ୍ନ ହେବ ।

ଭସାଣିରେ କେବଳ ପାରମ୍ପରିକ ବାଦ୍ୟ ସାମିଲ ହେବ ଏଥିରେ ଖିଲାପ କଲେ କିମ୍ବା ଅଯଥା ବିଳମ୍ବ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା ।

ଦଶହରା ପୂର୍ବରୁ ଭୁବନର ମୁଖ୍ୟରାସ୍ତା, ଡ୍ରେନ, କଲଭର୍ଟ ମରାମତ ିକରାଯିବା ସହିତ ପ୍ରତ୍ୟେକ ଇଲେକ୍ଟ୍ରି ଖୁଣ୍ଟରେ ଆଲୋକ ଲଗାଇବା, ପାନୀୟ ଜଳଯୋଗାଣ ସ୍ୱାଭାବିକ କରିବା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକ ୁସଜାଡିବା ଓ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ଜାତୀୟରାଜପଥମରାମତି/ନିର୍ମାଣ , ସମସ୍ତଶୌଚାଳୟଚାଲୁକରିବା ପାଇଁ ଆଲୋଚନା ହୋଇଥିଲା ।

ଏହି ପ୍ରସ୍ତୁତିବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ସମେତ ବିଭିନ୍ନ ବଜାର କମିଟି, ପୂଜା କମିଟି ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment