ପୁରୁଣାକୃତି ଓ ସଂସ୍କୃତିକୁ ଫେରାଇବା ପାଇଁ ପ୍ରୟାସ ହେବା ଦରକାର-ମହେଶ ସାହୁ

ଢେଙ୍କାନାଳ  :  ଢେଙ୍କାନାଳ ଜିଲ୍ଲାରେ ଅନେକ ପୁରୁଣା କୃତୀ, କୀର୍ତୀ ଓ ସଂସ୍କୃତି ଫେରାଇବା ପାଇଁ ଆମ ସମସ୍ତଙ୍କର ପ୍ରଗାଢ ପ୍ରୟାସ ରହିବା ଦରକାର । ଯାହାଫଳରେ ଏହା ଆଗାମୀ ପିଢୀକୁ ଉତମ ମାର୍ଗ ଦର୍ଶନ କରିବାରେ ଖୁବ୍ ସହାୟକ ହେବ ବୋଲି ଢେଙ୍କାନାଳ ସାଂସଦ   କହିଛନ୍ତି ।

ଆଜି ଏକଦିବସୀୟ ଗସ୍ତ କାର୍ଯ୍ୟକ୍ରମରେ ଗଁଦିଆ ବ୍ଲକ୍ କରମୂଳ ଗ୍ରାମପଂଚାୟତର କରମୂଳ ଠାରେ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଆଦିବାସୀଙ୍କ ପାଇଁ ନିର୍ମିତ ହେଉଥିବା ଅଳଙ୍କାର ଅନୁଷ୍ଠାନ ଅନ୍ୱେଶା ଟ୍ରାଇବାଲ୍ ଆର୍ଟ ଏଣ୍ଡ କ୍ରାଫ୍ଟ ସେଂଟର ଠାରେ ଆୟୋଜିତ କର୍ମଜୀବି ମହିଳାମାନଙ୍କୁ ଉଦ୍ବୋଧନ ଦେଇ କହିଲେ, ଏବେବି ଆମେ କୌଣସି ବୃତି କରିବାରେ ସମର୍ଥ ହୋଇପାରୁନାହୁଁ । କରମୂଳରେ ଅନେକ ପୂଜାପର୍ବ ଓ ସାଂସ୍କୃତିକ କାର୍ଯ୍ୟର ଅନନ୍ୟ ପ୍ରତିଭା ଅଛି ।

ଏଥିପାଇଁ ଏ ଅଂଚଳର ସାମଗ୍ରୀକ ବିକାଶ ସମସ୍ତ ଲୋକପ୍ରତିନିଧିମାନଙ୍କ ଜରିଆରେ ହେବା ଦରକାର । ଏହା ବ୍ୟତୀତ ୧୬ଟି ୱାର୍ଡ ବିଶିଷ୍ଟ ଏହି ପଂଚାୟତର ମୁଖ୍ୟ କାର୍ଯ୍ୟାଳୟକୁ ଯିବା ଆସିବା ଓ ଗମନାଗମନର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଗଲେ  ଲୋକପ୍ରତିନିଧିମାନେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିବେ ବୋଲି ପରାମର୍ଶ ଦେଇଥିଲେ ।

ଏକ ଉଦାହରଣ ମାଧ୍ୟମରେ ସାଂସଦ ଶ୍ରୀ ସାହୁ ଦର୍ଶାଇଥିଲେ ଯେ, କରମୂଳ ଭଳି ପଂଚାୟତର ବିଭିନ୍ନ ଗ୍ରାମର ସାହି ବସ୍ତିକୁ ୧୦୮, ୧୦୨ ଏବଂ ୧୧୨ ପ୍ରଭୃତି ଅତ୍ୟାବଶ୍ୟକୀୟ ସେବାସଂସ୍ଥା ଗାଡି ଯିବା ଆସିବା କରିବା କଷ୍ଟକର ବ୍ୟାପାର ହୋଇଯାଇଛି ।

ଏଥିପାଇଁ ପଂଚାୟତର ସମସ୍ତ ଲୋକପ୍ରତିନିଧି ଗୁରୁତ୍ୱାରୋପ କରିବା ନିତ୍ୟାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଅନ୍ୱେଶାର ନିଦେ୍ର୍ଦଶକ ଅନନ୍ତ ଚରଣ ସାହୁ, ସହ-ନିଦେ୍ର୍ଦଶିକା କୁମାରୀ ଶୈଳେଜା, ସରପଂଚ ସୌଭାଗିନୀ ବେହେରାଙ୍କ ବ୍ୟତୀତ ପୂର୍ବତନ ସମିତି ସଭ୍ୟ ବେଣୁଧର ପାତ୍ର ପ୍ରମୁଖ ମଂଚାସୀନ ଥିଲେ ।

ସହ-ନିଦେ୍ର୍ଦଶିକା ଶୈଳେଜା ଅନ୍ୱେଷାର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଥିବା କର୍ମଜୀବି ମହିଳାମାନଙ୍କୁ ସୂଚାଇଥିଲେ । ଅନ୍ୱେଷା ସଂସ୍ଥାକୁ ସଂସ୍ଥାପନ କରିଥିବା ଅନୁଷ୍ଠାନର ବରିଷ୍ଠ କର୍ମକାର ତଥା ତାଲିମ୍ ଶିକ୍ଷକ ହୃଷିକେଶ ମହାରଣାଙ୍କୁ ସାଂସଦ ଶ୍ରୀ ସାହୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Comments (0)
Add Comment