ଜୟପୁର ଗ୍ରାମର ବୃଦ୍ଧା ପାଣି ରେ ବୁଡିଗଲା

ଭୁବନ : ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିବା ସନ୍ଦେହ ହେଉଛି I

ବୁଧବାର ଦିନ ପ୍ରାୟ 11ଟା ବେଳେ ଘରୁ ଯାଇଥିଲେ . ଦିନ ଗୋଟାଏ ଯାଏ ଘର କୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ I ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ ଅଗ୍ନିଶମବାହିନୀ ଙ୍କୁ ଖବର ଦେଇଥିଲେ I

ମଟର ବୋଟ ସାହାଯ୍ୟ ରେ ପାଞ୍ଚ ଘଣ୍ଟା ଧରି ଖୋଜିବା ପରେ ଵି ବଲ୍ହି ମଲ୍ଲିକ ଙ୍କ କୌଣସି ସନ୍ଧାନ ମିଳିନଥିଲା I ବଲ୍ଲୀ ମଲିକ ଙ୍କର ବୟସ ୬୮ ସେ ନଦୀରେ ବୁଡ଼ି ନିଖୋଜ ହୋଇଥିବା ପରିବାର ପକ୍ଷରୁ ଥାନାକୁ ଜଣାଇଦିଆଯାଇଛି I

Comments (0)
Add Comment