ମନରେଗା କାର୍ଯ୍ୟ ରେ ମହା ଦୁର୍ନୀତି ,ଚାଷୀ କୁଳ ହତାଶ

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବାଇସିଙ୍ଗା ପଂଚାୟତ ଅନ୍ତର୍ଗତ ତେନ୍ତୁଳିସିଙ୍ଗା ଓ କନ୍ଦର ସିଙ୍ଗା ଗ୍ରାମ ର ଶତାଧିକ ଚାଷୀ ହତାଶ । ମନରେଗା କାର୍ଯ୍ୟ ରେ ମହାଦୁର୍ନୀତି ର ଅଭିଯୋଗ ଆଣିଛନ୍ତିI

ଶତାଧିକ ଗ୍ରାମବାସି ଯେହେତୁ କି ଗ୍ରାମ ର ଏକର ଏକର ଜମି ଜଳ ଅଭାବରୁ ପଡିଆ ପଡ଼ୁଥିଲା ଅଂଚଳ ର ଚାଷୀ ମାନେ ପ୍ରଶାସନ ପାଖରେ ଅଭିଯୋଗ କରିବାରୁ ପ୍ରଶାସନ ସେ ଜମି ଗୁଡିକୁ ଜଳ ଯୋଗାଇବା ପାଇଁ ମନରେଗା ମାଧ୍ୟ୍ୟମରେ ଏକ ଛୋଟ କେନାଲ ବେବସ୍ଥା କରିଥିଲେ କିନ୍ତୁ ଦୃଭାଗ୍ୟ ର କଥା ଯେ ଠିକାଦାର କାମଟିକୁ ଏତେ ନିମ୍ନମନ ର କରଛନ୍ତି ଯେ ୱାଲ ଗୁଡିକ ଭାଙ୍ଗି ତଳେ ଗଳି ପଡିଛି ସରକାରଙ୍କ ଯେଉ ସବୁ ନିୟମ ଅଛି ତାହା କିଛି ଵି ପାଳନ କରାଯାଇ ନାହଁ ୱାଲ ରେ ଉଚିତ ପରିମାଣର ସିମେଣ୍ଟ ନଦେଇ କାମଟି କୁ ତରବରିଆ ଭାବରେ ଶେଷ କରିଛନ୍ତି ଠିକାଦାର ।

ଠିକାଦାର ଙ୍କୁ ଗ୍ରାମବାସି ଅଭିଯୋଗ କରିବାରୁ ଠିକାଦାର ନାଲିଆଖି ଦେଖାଉଛନ୍ତି ଓ କହୁଛନ୍ତି ମୁଁ ଶାସକ ଦଳର କର୍ମୀ ଗୁଣ୍ଡାଗର୍ଦି କରିବାକୁ ପଛାଉନାହାନ୍ତି ଏ କଣ 5ଟି ।

ଏ ଗରିବ ହତଭାଗା ଚାଷୀ ମାନେ କିପରି ନ୍ୟାୟ ପାଇ ପାରିବେ ଏଥି ପ୍ରତି ପ୍ରଶାସନ କେବେ ଦୃଷ୍ଟି ଗୋଚର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା

Comments (0)
Add Comment