ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ

ଶବ ବ୍ୟବଛେଦ ପରେ ଶିଶୁ ହାତୀର ମୃତ ଦେହ ଉଦ୍ଧାର, ମହାବିରୋଡ଼ ରେଞ୍ଜ ରେ ୧ବର୍ଷ ହେଲାଣି ସ୍ଥାଇ ରେଞ୍ଜ ଅଧିକାରୀ ନାହାଁନ୍ତି ।

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେସ୍କନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲ ରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହେଇଅଛି ।ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ ।

ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଏହାପରେ ବନ ବିଭାଗ ତରଫରୁ ମହାବିରୋଡ଼ ରେଞ୍ଜ ଦାଇତ୍ୱ ରେ ଥିବା କାମାକ୍ଷାନଗର ଇଷ୍ଟ ରେଞ୍ଜ ଅଧିକାରୀ ସତ୍ୟ ନାରାୟଣ ସାହୁ ଘଟଣା ସ୍ଥଳରେ ଟିମ ସହିତ ପହଁଚି ଥିଲେ ।

ହାତୀ ମୃତ ର ଘଟଣା ଅପ୍ସଷ୍ଟ ଅଛି ।ମାଈ ହାତୀ ଅନ୍ତସତ୍ବା ଥିବାର ଜଣାପଡିଛି ।ହାତୀର ସବ ବ୍ୟବଛେଦ କଲା ପରେ ପୋତା ଯାଇଅଛି ।ମାଈ ହାତୀର ଗର୍ଭରୁ ମୃତ ହାତୀ ଛୁଆ ର ମୃତ ଦେହ ଉଧାର ।

କଙ୍କଡାହାଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟ ବିକ୍ରମ ତରାଇ ସ୍ରବ ବ୍ୟବଚ୍ଛେଦ କରିଥିଲେ ।ମହାବିରୋଡ଼ ରେଞ୍ଜ ରେ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି ସ୍ଥାଇ ରେଞ୍ଜ ଅଧିକାରୀ ନଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଅଛି ।

ମହାବିରୋଡ଼ ରେଞ୍ଜ ରେ ହାତୀ ମଣିଷ ଲଢେଇ ରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ର ଜୀବନ ଯାଉଛି ।ଦିନ ଦୀପହରେ ହାତୀ ପଲ ଅଞ୍ଚଳ ରେ ଆତଙ୍କ ଖେଳାଉ ଥିଲା ବେଳେ ବନ ବିଭାଗ ତରଫରୁ ଠୋସ ପଦକ୍ଷେପ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ମହାବିରୋଡ଼ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ରେ ଅନେକ ସମୟରେ ଜନ୍ତୁ ଶିକାର କରିବା ପାଇଁ ବିଦୁତ ତାର ର ଜାଲ ବିଛା ଯାଇଯାଏ ।ହାତୀ ମୃତ ଠାରୁ ୧୦୦ ମିଟର ଭିତରେ ବିଦୁତ ଯାଇଥିଲା ବେକେ ବିଦୂତ ତାର ସମ୍ପର୍କରେ ଆସି ହାତୀର ମୃତୁ ହେଇଥିବା ଆଶଙ୍କା କରାଯାଉଛି ।

ସମ୍ପର୍କରେ ମହାବିରୋଡ଼ ରେଞ୍ଜ ଦାଇତ୍ୱ ରେ ଥିବା କାମାକ୍ଷାନଗର ଇଷ୍ଟ ରେଞ୍ଜ ଅଧିକାରୀ ସତ୍ୟନାରାୟଣ ସାହୁ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ମୃତ ହାତୀର ସବ ଵ୍ୟଵଛେଦ କରାଯାଇ ରିପୋର୍ଟ ଆସିଲା ପରେ ସମସ୍ତ ତଥ୍ୟ ଜଣାପଡିବ ,ଟିମ ଲାଗିଛନ୍ତି କେଉଁ ପରିସ୍ଥିତିରେ ହାତୀର ମୃତ ହେଇଅଛି ।

Comments (0)
Add Comment