ଆମ୍ ଆଦମୀ ପାର୍ଟିର ଖବରଦାତା କାର୍ଯ୍ୟକ୍ରମ : ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ,ମହିଳା ସଶକ୍ତିକରଣ ଏବଂ ଦଳିତ ଓ ଆଦିବାସୀ ସମାଜର ଉନ୍ନତି ପାଇଁ ଠୋସ ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ l ସଂଗଠନକୁ ସୁଦୃଢ କରିବା ପାଇଁ ଏବଂ ଜିଲ୍ଲାର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ l

 

ଓଡ଼ିଶାରେ ବିଗତ ୨୩ ବର୍ଷଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବିରୁଦ୍ଧରେ ଆମ୍  ଆଦମୀ ପାର୍ଟି ରାଜ୍ୟବାସୀଙ୍କର ଏକମାତ୍ର ଆଶା ଓ ଭରସା ଅଟେ l ସମସ୍ତେ ଜାଣିଛନ୍ତି ଯେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ୍  ଆଦମୀ ପାର୍ଟିର ଉଦ୍ଦେଶ୍ୟ ଅଟେ l ତେଣୁ ଏହି ସମ୍ମିଳନୀରେ ପାର୍ଟି ଓଡିଶା ପାଇଁ ତାର ରଣନୀତି ପ୍ରସ୍ତୁତ କରିବ l

 

ରାଜ୍ୟ କର୍ମୀ ସମ୍ମିଳନୀରେ ସମସ୍ତ ପଦାଧିକାରୀ ଏବଂ ରାଜ୍ୟର ସକ୍ରିୟ କର୍ମୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଆମ ଢେଙ୍କାନାଳ ଜିଲ୍ଲାରୁ ପ୍ରାୟ 120 ଜଣ ସକ୍ରିୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନାମ ପଞ୍ଜିକରଣ କରିସାରିଛନ୍ତି l “ଆସ ଗଢ଼ିବା ନୂଆ ଢେଙ୍କାନାଳ” ନାରା ଦେଇ  ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକ କହିଛନ୍ତି ଯେ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜନୀତି କରିବାକୁ ଚାହୁଁଥିବା ଆମ ଜିଲ୍ଲାର ଯୁବ ପିଢ଼ି, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, କୃଷକ, ମହିଳା, ବ୍ୟବସାୟୀ, ରାଜନେତା ଏହି ଶିବିରରେ ଯୋଗ ଦେବାପାଇଁ ଅନୁରୋଧ l ଉକ୍ତ ସମ୍ମିଳନୀକୁ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟର ବିଧାୟକ ଶ୍ରୀ ବିରେନ୍ଦର ସିଂହ କାଦିଆନ ସମ୍ବୋଧିତ କରିବେ l
ଏହି ଖବର ଦାତା କାର୍ଯ୍ୟକ୍ରମରେ  ଜିଲ୍ଲl ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଏବଂ ପର୍ଶୁରାମ ମହାଭୋଇ, ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ସଦର ବ୍ଲକ ଜୋନ୍ ସଭାପତି ଗଗନ ବିହାରୀ ପରିଡା, ସକ୍ରିୟ ସଦସ୍ୟ ଚିନ୍ମୟ ସାହୁ, ଜିତେନ୍ଦ୍ର ବେହେରା, ମହୁର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
Comments (0)
Add Comment