ବିଦ୍ୟାଳୟ ପରିସରରେ ଅଚଳ ନଳକୂପ, ମରାମତି ଦାବୀ  

କାମାକ୍ଷାନଗର (ରାଜ କିଶୋର ରାଉତ): ଭୁବନ ବ୍ଲକ ବାରୁଆଁ (ଖ) ପଞ୍ଚାୟତ ଅଧିନସ୍ଥ  ମଠଖୋକସା ପ୍ରାଥମିକ ବିଦ୍ୟାଳୟ  ପରିସରରେ ଥିବା ନଳକୂପ ଅଚଳ ହୋଇପଡ଼ିଛି I

ଆଜକୁ ଚାରିଦିନ ହେବ ଅଚଳ ହୋଇଥିବାରୁ ବିଦ୍ୟାଳୟ ରେ ରୋଷେଇ ଠୁ ଆରମ୍ଭ କରି ପିଲାମାନେ ପାଣି ମୁନ୍ଦେ ପିଇବା ପାଇଁ ସମସ୍ୟା ଦେଖା ଦେଇଛି I

ବିଦ୍ୟଳୟ ପାର୍ଶ୍ଵରେ ଥିବା ଜଣଙ୍କ ଘରୁ ପାଣି ଆଣି ବ୍ୟବହାର କରୁଛନ୍ତି I ଖୁବ୍ ଶୀଘ୍ର ପାନୀୟଜଳ ଯୋଗାଣ ବିଭାଗ ମରାମତି କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି  I

Comments (0)
Add Comment