ଓଡାପଡାର ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ “ଆମ ପ୍ରତିଭା ଆମ ସମ୍ମାନ’ ଅନୁଷ୍ଠାନ ପକ୍ଷରୁ ଓଡାପଡା ବ୍ଲକ୍ ପରିସରରେ ୧୪ଜଣ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉତରୀୟ, ମାନପତ୍ର, ପୁଷ୍ପଗୁଛ ଓ ଶବ୍ଦକୋଷ ପୁସ୍ତକ ପ୍ରଦାନ କରି  ସମ୍ବର୍ଦ୍ଧିତ କରାଯାଇଅଛି ।

 ଅନୁଷ୍ଠାନର ସଭାପତି ପ୍ରିୟ ରଞ୍ଜନ ମାହୁନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡାପଡା ପଂଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ମହାନ୍ତି ଓ ପ୍ରତିଷ୍ଠାତା ତଥା ଉଦ୍ଘାଟକ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ବିଭିନ୍ନ ବର୍ଗ ସଫଳତା ଏହି ପରୀକ୍ଷାର ଫଳାଫଳରୁ ଲୋକଲୋଚନକୁ ଆସିପାରିଛି ।

 ଏହି ସଫଳତା ପାଇଁ ଯେତିକି ଆନନ୍ଦିତ ହେଉଛେ, ସେଥିପାଇଁ ଶିକ୍ଷାର ସଫଳତାକୁ ଆହୁରି ସୁଦୃଢ ପ୍ରସାରୀ କରିବା ନିତ୍ୟାନ୍ତ ଆବଶ୍ୟକ । ଜୀବନରେ ଆମକୁ ଅନେକ ବାଟ ଯିବାକୁ ପଡିବ । ସେଥିପାଇଁ ପରିଶ୍ରମର ଅର୍ଥ କେବେବି ବ୍ୟର୍ଥ ଯାଏ ନାହିଁ । ଏହି ସଫଳତା ପାଇଁ ଜୀବନସାରା ଆମକୁ ବିଭିନ୍ନ ପ୍ରକାର ପରୀକ୍ଷା ଦେବାକୁ ପଡିବ ।

ବ୍ୟତିକ୍ରମ ଜୀବନର ପ୍ରତିଟି ମୁହୂର୍ତକୁ ଆହ୍ୱାନ କରିବା  ଦରକାର । ଏହି ଆହ୍ୱାନକୁ ସମ୍ମୁଖୀନ କରି ଶିକ୍ଷା କ୍ଷେତ୍ରରେ ଆମେ ଆମର ଅଧିକାର ସାବ୍ୟସ୍ତ କରିବାକୁ ପଡିବ ଏବଂ ଶିକ୍ଷା ବାତାବରଣକୁ ଆଗକୁ ନେବା ପାଇଁ ଆଉ ଏକ ବାତାବରଣ ସୃଷ୍ଟିକରିବାକୁ ପଡିବ ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।

ଅନ୍ୟତମ ଅତିଥି ସିଆରସି ସରୋଜିନୀ ବର୍ଗିଆ, ଯୋଗଦେଇ ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷାର ଆହୁରି ଆଗକୁ ବଢି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନୋବଳକୁ ସୁଦୃଢ କରିବ ବୋଲି କହିଥିଲେ ।

 ଅନ୍ୟମାନଙ୍କ ମଧ୍ୟରେ ଆମ ପ୍ରତିଭା ଆମ ସମ୍ମାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ପ୍ରଶାନ୍ତ ଦାସ, ଏବିଡିଓଙ୍କ ବ୍ୟତୀତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।  ପରିଶେଷରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments (0)
Add Comment