ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶଶୁର ମୃତ , ହତ୍ୟାକାରୀ ଜ୍ବାଇଁ ଫାଣ୍ଡିରେ ଅଟକ

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ ଫାଣ୍ଡି ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ଗୁଡି ସାହିରେ ସାମାନ୍ୟ ବଚସାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ । ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁରର ମୃତ୍ୟୁ ହୋଇଛି । ମୃତ ଶ୍ବଶୁର ଜଣଙ୍କ ହେଲେ ପଙ୍ଗାତିରା ଗ୍ରାମ ଗୁଡ଼ି ସାହିର ପର୍ଶୁରାମ ବାରିକ(୬୦) ।

ସୂଚନା ମୁତାବକ ପର୍ଶୁରାମ ଙ୍କ ସାନ ଝିଅ ସୁଲୋଚନା ସେହି ସାହିର ରମଣ ବେହେରା(୩୫)ଙ୍କ ସହ ପ୍ରେମ ସମ୍ପର୍କ କାରଣ ରୁ ଦଶବର୍ଷ ପୂର୍ବେ ବୈଦିକ ରିତିନୀତିରେ ବିବାହ କରିଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୱାଇଁ ରମଣ ବେହରା ତାଙ୍କ ଝିଅକୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ |ଯାହାକୁ ନେଇ ପର୍ଶୁରାମ ଓ ତାଙ୍କ ସ୍ତ୍ରୀ ବୁଝାସୁଝା ପାଇଁ ଜ୍ୱାଇଁ ଘରକୁ ଯାଇଥିଲେ । ତେବେ ଜ୍ୱାଇଁ ରମଣ ବେହେରା ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିବା ସହ ହଠାତ୍ କ୍ଷୁବ୍ଧ ହୋଇ ଅତର୍କିତ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ ।

ଯାହା ଫଳରେ ପର୍ଶୁରାମଙ୍କ ବେକ ଓ ଜଙ୍ଘ ରେ ଗଭୀର ଆଘାତ ହୋଇଥିଲା । ତେବେ ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଙ୍କ ସହାୟତା ରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ,ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ |ଏ ସଂକ୍ରାନ୍ତରେ ପରଜଙ୍ଗ ଥାନାରେ ମୃତ ପର୍ଶୁରାମ ଙ୍କ ପତ୍ନୀ ଦୁଲା ବାରିକ ଲିଖିତ ଅଭିଯୋଗ କରିଛନ୍ତି ଜ୍ବାଇଁ ସବୁବେଳେ ଝିଅ କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଯୌତୁକ ଦାବି କରୁଥିଲା ।

ମୃତ ପର୍ଶୁରାମ ବାରିକଙ୍କ ଶବ ବ୍ୟବଛେଦ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗ୍ରାମର ସ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ଗତକାଲି ବିଳମ୍ବିତ ରାତିରେ ହତ୍ୟାକାରୀ ଜ୍ୱାଇଁ ରମଣ ବେହେରା ଘଟଣା ସ୍ଥଳରୁ ଫେରାର ହେଇ ଯାଇ ଥିବା ବେଳେ ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ଙ୍କ ନେତୃତ୍ୱରେ ମହାବିରୋଡ଼ ଫାଣ୍ଡି ଓ ପରଜଙ୍ଗ ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରି ତଦନ୍ତ ଚଳାଇଥିବା ବେଳେ, ଅଭିଯୁକ୍ତକୁ ଖୋଜା ଖୋଜି ଚାଲିଥିଲା ବେଳେ ଆଜି ଅପରାହ୍ନ ୨ ଟା ବେଳେ ହତ୍ୟାକାରୀ ଜ୍ବାଇଁ ରମଣ କୁ ମହାବିରୋଡ଼ ଫାଣ୍ଡି ଅଧିକାରୀ ଙ୍କ ନେତୃତ୍ୱରେ ଜଙ୍ଗଲ ରୁ ଖୋଜି ପାଇ ମହାବିରୋଡ଼ ଫାଣ୍ଡି ରେ ଅଟକ ରହି ପଚରାଉଚରା ଚାଲିଛି ।

ଏ ସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ଯୋଗଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ଜାରିଅଛି ।

Comments (0)
Add Comment