ଏକୁଲ ଗାଁ ପାଇଁ ବାଧକ ସାଜିଛି ପିଛୁଳି ନଦୀ :ଷ୍ଟ୍ରେଚରରେ ବୁହା ହେଇ ନଦୀ ପାର ହେଲେ ଜ୍ଵରରେ ପିଡିତା ମହିଳା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ରେ ଅବସ୍ଥିତ ଅପହଞ୍ଚ ଭାବେ ପରିଚିତ କଙ୍କଡାହାଡ଼ ବ୍ଲକର ନଗଡା କୁହା ଯାଉଥିବା ଏକୁଲ ଗ୍ରାମ ।ଏକୁଲ ଉପରେ ନିର୍ଭର କରୁଛନ୍ତି ଅନ୍ୟ ତିନୋଟି ଗ୍ରାମ ସେକୁଲ,କୋଟ, ପୁଟିପାଳ ଗ୍ରାମର ୧୦୦ ପରିବାର ବସବାସ କରିଥାନ୍ତି ।ଏକୁଲ ଗାଁ ପାଇଁ ଗମନାଗମନ ର ସୁବିଧା ନଥିଲା ବେଳେ ବର୍ଷା ଦିନରେ ପିଛୁଳି ନଦୀ ଉପରେ ସେତୁ ନଥିବାରୁ ନଦୀ ଉପରେ ବର୍ଷା ଜଳ ପ୍ରଭାହିତ ହେଇଥିବାରୁ ବର୍ଷା ୪ ମାସ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ନିଛିନ୍ନ ହେଇଯାଇଥାଏ ।

ବର୍ଷା ଦିନରେ ନଦୀରେ ସେତୁ ନଥିବାରୁ ଏପାଖ ଲୋକ ସେପାଖକୁ ଯାଇ ପାରନ୍ତି ନାହିଁ କି ସେପାଖ ଲୋକ ଏପାଖକୁ ଯାଇ ପାରନ୍ତି ନାହିଁ ।ଗତ ଦିନରେ ଗର୍ଭବତୀ ମହିଳା ମାନଙ୍କୁ ଭରା ନଦୀରେ ଭାରରେ ପାରକରି ଚିକିତ୍ସା ନିମନ୍ତେ ନେବାର ନଜିର ରହିଅଛି ।ଗତ ୧୩/୦୭/୨୦୨୨ ରେ ଏକୁଲ ଗ୍ରାମର ବିଜୟ ଦେହୁରୀଙ୍କ ପତ୍ନୀ ସଞ୍ଜୁ ଦେହୁରୀ ଙ୍କୁ ଭୀଷଣ ଜ୍ଵର ହେଇଥିଲା ପରିବାର ଲୋକେ ଆଶା ଦିଦି ସହାୟତାରେ ଆମ୍ବୁଲାନ୍ସ ଡାକିଥିଲେ ।

ଏକୁଲ ଗାଁ ଯିବା ବାଟରେ ପିଛୁଳି ନଦୀ ପଡେ ଭରା ନଦୀରେ ଆମ୍ବୁଲାନ୍ସ ଗାଁ ରେ ପହଁଚି ପାରିଲା ନାହିଁ ।ଗ୍ରାମ ଲୋକ ମାନଙ୍କ ସହାୟତା ରେ ଭରା ନଦୀରେ ଷ୍ଟ୍ରେଚରରେ ଜ୍ଵରରେ ପିଡିତା ମହିଳାଙ୍କୁ ନଦୀ ପାରକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ ।ଆମ୍ବୁଲାନ୍ସ ଦ୍ୱାରା ପିଡିତା ମହିଳାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ଚିକିତ୍ସା ପାଇଁ ଆଣିଥିଲେ ।

ଏହି ଘଟଣାର ୨ମିନିଟ ୫୦ ସେକେଣ୍ଡ ର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି ।ଏକୁଲ ଗ୍ରାମ ରେ ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନା ୱାଡି କେନ୍ଦ୍ର ଥିବାରୁ ଏହା ଉପରେ ସେକୁଲ,କୋଟ, ପୁଟିପାଳ ଗାଁର କୁନି କୁନି ଶିଶୁ ମାନେ ପାଠ ପଢିବା ପାଇଁ ଭରା ନଦୀରେ ନିଜ ଜୀବନକୁ ବାଜି ଲଗାଇ ଆସୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏକୁଲ ଠାରେ ପ୍ରଶାସନିକ ଅଧିକାରୀ ମାନେ ଅନେକ ସଚେତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଶିବିର ଭଳି କାର୍ଯ୍ୟକ୍ରମ କରୁଥିଲା ବେଳେ ବର୍ଷା ଦିନରେ ଅଞ୍ଚଳ ବାସୀ କେମିତି ଜୀବନ ବିତାଉଛନ୍ତି ଅଧିକାରୀ ମାନେ ଭୁଲି ଯାଉଛନ୍ତି କେମିତି ।

ଏଠି ପ୍ରଶ୍ନ ଉଠେ ସ୍ୱାଧୀନତା ର ୭୫ ବର୍ଷ ପରେ ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ମିଳି ପାରୁ ନାହିଁ ।ଆଗାମୀ ଦିନରେ ପିଛୁଳି ନଦୀରେ ଅଘଟଣ ଘଟିଲେ ଏଥିପାଇଁ ଦାୟୀ ରହିବ କିଏ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି । ଏକୁଲ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Comments (0)
Add Comment