ରତ୍ନ ବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତୀ

ଭୁବନ: ଭୁବନର ତୃତୀୟାଜୀୟୁ ଦେବ ମହାପ୍ରଭୁ ଜଗନ୍ନାଥ , ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଆଜି ସଂଧ୍ୟାରେ ରତ୍ନ ବେଦୀକୁ ଫେରିଛନ୍ତି । ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ଜଗନ୍ନାଥ ରଥ ଉପରେ ସୁନାବେଶ ଓ ଅଧରପଣା ସଂପନ୍ନ କରି ଅପରାହ୍ନରେ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି ହୋଇ ରତ୍ନ ସିଂହାସନ କୁ ବାହୁଡିଛନ୍ତି ।

ଅଭିମାନିନୀ ମା ଲକ୍ଷ୍ମୀ ଠାକୁରାଣୀ ଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିଛନ୍ତି ମହାବାହୁ । ନିଳାଦ୍ରି ବିଜେ ଉତ୍ସବ ଦେଖିବାକୁ ତୁହାତୁ ତୁହା ବର୍ଷା ସତ୍ୱେ ସହସ୍ରାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା ଓଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।

ଭକ୍ତ ମାନେ ଠାକୁରଙ୍କ ନିକଟରେ ରସଗୋଲା ଭୋଗ ଲାଗି କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁ ,ମୁଖ୍ୟ ସେବାୟତ ତୁଷାରକାନ୍ତି ମିଶ୍ର , ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ପରିଚାଳନାରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ କାର୍ଯ୍ୟ ସଂପନ୍ନ ହୋଇଥିଲା ।

Comments (0)
Add Comment