ଗୁରୁମା ଉଷାରାଣୀ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ: ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଶ୍ରୀ ଗୁରୁପୂଜନ ଉତ୍ସବ ସହିତ ବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ସୁନ୍ଦରୀଖାଲସ୍ଥିତ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ  ବାସୁଦେବ ସାହୁ, ମୁଖ୍ୟବକ୍ତା ଭାବେ ସଂଘର କାର୍ଯ୍ୟକର୍ତା ପର୍ଶୁରାମ ସାହୁ ଯୋଗଦାନ କରି ଗୁରୁପୂଜନର ମହତ୍ୱ ସମ୍ପର୍କରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ଏହି ପବିତ୍ର ଦିବସରେ ବିଦ୍ୟାଳୟର ବରିଷ୍ଠ ଗୁରୁମା ଉଷାରାଣୀ ଦାସ ମହୋଦୟାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ଉତ୍ସବରେ ଶିକ୍ଷାବିକାଶ ସମିତି, ଓଡିଶାର ପ୍ରାନଃ ବିଦ୍ୟୋତ ପରିଷଦ ସଂଯୋଜକ ଅଶ୍ୱିନୀ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦାନ କରିବା ସହିତ ଢେଙ୍କାନାଳ ସଂକୁଳ ପ୍ରମୁଖ ବିଶ୍ୱନାଥ ବେହେରା, ପୂରାତନ ପରିଚାଳନା ସମିତିର ମନମୋହନ ତ୍ରିପାଠୀ, ପ୍ରଦୀପ ମିଶ୍ର, ପ୍ରଶାନ୍ତ ମିଶ୍ର ଉପସ୍ଥିତ ଥିଲେ ।

ବର୍ତମାନ ପରିଚାଳନା ସମିତିର ସଭାପତି ବାବୁଚାନ୍ଦ ମହାଳିକ ସଭାପତିତ୍ୱ କରିଥିଲେ । ସଂପାଦକ ଗଗନ ବିହାରୀ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପରିଡା, ପ୍ରଧାନ ଆଚାର୍ଯ୍ୟ ନଗେନ୍ଦ୍ର କୁମାର ଦାସ ଓ ସହପ୍ରଧାନ ଆଚାର୍ଯ୍ୟ କନକଲତା ପ୍ରଧାନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା, ଶିଶୁ ଭାଇଭଉଣୀ, ସେବକ ସେବିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment