ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଭଜନ ପରିବେଷଣ

ଢେଙ୍କାନାଳ: ଆନନ୍ଦ ବଜାର ସ୍ଥିତ ଶନିଶ୍ଚ ର ଦେବଙ୍କ ମନ୍ଦିର ପରିସରରେ ଥିବା ସିରିଡ଼ି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଭକ୍ତି ଆରାଧନା ପକ୍ଷରୁ ଭଜନ ପରିବେଷଣ ହୋଇଥିଲା ।

ଏହି ମଞ୍ଚକୁ ପରିଚାଳନା କରିଥିଲେ ପ୍ରଦିପ କୁମାର ଓ ତାଙ୍କ କଣ୍ଠରୁ ଓମ୍ ସାଇ ରାମ ଭଜନ ପରିବେଷଣ କରିଥିଲେ । ସଂଗୀତ ଙ୍କ କଣ୍ଠରୁ ଗୁହାରୀ ଶୁଣ ହେ ଭଗବାନ ଓ କୁମାର ମିଲୁ ଙ୍କ କଣ୍ଠରୁ ସାଇ ତୁମେ ଆସିବକି…. ଶେଷରେ ସୁବାସ ଦାସ ଙ୍କ କଣ୍ଠରୁ ଦେବା ହେ ଦେବା ଭଜନ ପରିବେଷଣ କରିଥିଲେ ।

କମିଟିର ସଦସ୍ୟ ବୁଲୁ ପାତ୍ର, ସାଗିରି ମହମଦ, ରୁଦ୍ରାନ୍ତ ଦଳେଇ, ସଭାପତି ଟଙ୍କଧର ବେହେରା , ଗୋବିନ୍ଦ ଚନ୍ଦ୍ର ପାତ୍ର ଙ୍କ ଉପସ୍ଥିତରେ ଏହି ଭଜନ ସମାରୋହ ଚାଲିଥିଲା ।

Comments (0)
Add Comment