ଆମ୍ ଆଦମୀ ପାର୍ଟିର ଜୋନ୍ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ସଭାପତି ମାନଙ୍କର ସମୀକ୍ଷା ବୈଠକ କାଠଗଡା ସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ସହିତ ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ ଯୋଗ ଦେଇଥିଲେ l

ଜିଲ୍ଲାରେ ଚାଲିଥିବା ଦୁଇ ଶହ ୟୁନିଟ ଦେୟ ମୁକ୍ତ ବିଜୁଳିର ଦସ୍ତଖତ ଅଭିଯାନ ସମ୍ପର୍କରେ ଶ୍ରୀ ନାୟକ ଆଲୋକପାତ କରି ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ସଂଗଠନ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ l ଜିଲ୍ଲାର ଭୌଗଳିକ ସ୍ଥିତି ଅନୁସାରେ ଅଧିକ ଅସ୍ଥାୟୀ ଜୋନ୍ କରି ସଂଗଠନ କରିବା, ଦିଲ୍ଲୀର ସେବା ମୂଳକ ଯୋଜନା ଗୁଡିକ ଲୋକମାନଙ୍କୁ ବୁଝାଇ ଦଳରେ ଯୋଡିବା ଏବଂ ତୃଣମୂଳ ସ୍ତରରେ ସଂଗଠନ କିପରି ସୁଦୃଢ ହୋଇପାରିବ ରାଜ୍ୟ ଆବାହକ ଶ୍ରୀ ମହାପାତ୍ର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ l

ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ପର୍ଶୁରାମ ମହାଭୋଇ, ଜିତେନ୍ଦ୍ର ବେହେରା, ପୌରାଞ୍ଚଳ ସଭାପତି ପ୍ରଭାତ ବେହେରା, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ ଓ ଉପସଭାପତି ଅନିଲ ସାମଲ, ପରଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ ଓ ସମ୍ପାଦକ ଅଜୟ ସାହୁ, ଓଡାପଡ଼ା ସଭାପତି ଲକ୍ଷ୍ମଣ ନାଏକ, ଜୋନ୍ ଇନଚାର୍ଜ ଗୋବିନ୍ଦ ନାଏକ, ଅଜୟ ନାଏକ, ସୁଧାକର ପରିଡା, ପ୍ରତାପ ସାହୁ, ପପୁନ ନାୟକ, ସୁଚିତ୍ରା ନାୟକ, ରାଜଲକ୍ଷ୍ମୀ ସାହୁ, ରଙ୍ଗାଧର ପାଣି ପ୍ରଶାନ୍ତ ନାୟକ, ମାନସ ନାଏକ, ବିଭୁତି ଭୁତିଆ, ଡାକ୍ତର ନାଏକ, ଅଶ୍ୱିନୀ ନାୟକ, ପ୍ରଫୁଲ୍ଲ ସାହୁ, ରମେଶ ଦେହୁରୀ, ଚିନ୍ମୟ ସାହୁ, ଚିନ୍ତାମଣି ମହାନ୍ତି, ମଧୁସୂଦନ ମଳିକ, ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ଜୋନ୍ ସଂଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ସକ୍ରିୟ ସଦସ୍ୟ ବିଷ୍ଣୁ ପ୍ରସାଦ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment