ମହିମା ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ଯୋରନ୍ଦା: ମହିମା ମହାବିଦ୍ୟାଳୟ ଯୋରନ୍ଦାର ଯୁବ ରେଡ କ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ବନମହୋତ୍ସବ ପାଳନ କରାଯାଇଅଛି I ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ର, ଯୁବ ରେଡ କ୍ରସ ର ଉପଦେଷ୍ଟା ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ, ଏନ ଏସ ଏସ କାର୍ଯ୍ୟ ନିର୍ବାହୀ ଅଧ୍ୟାପକ ପ୍ରଜେଶ ଜେନା, ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଅଧ୍ୟାପକ ସୁଶୀଲ ମହାକୁଡ, ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ବନ ମହୋତ୍ସବ ସପ୍ତାହ ପାଳନର ଆବିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସହିତ ବୃକ୍ଷ ହିଁ ଜୀବନ ଏବଂ ପ୍ରତ୍ଯେକ ନାଗରିକ ବୃକ୍ଷ ରୋପଣ ପାଇଁ ଆଗେଇଆସିବା ଉଚିତ ବୋଲି ମତ ରଖିଥିଲେ ।

 

ପରେ ପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ରସାୟନ ବିଭଗର ମୁଖ୍ୟ ବରିଷ୍ଠ ପ୍ରଧ୍ୟପକ ଡକ୍ଟର ରତ୍ନାକର ଦାସ, ବରିଷ୍ଠ ପ୍ରାଧ୍ୟାପିକା ସଂଯୁକ୍ତା ଜେନା, ଅଧ୍ୟାପିକା ବିନୋଦିନୀ ବେହେରା, ଅଧ୍ୟାପିକା ଗୀତାଞ୍ଜଳି ମହାରଣା, ଅଧ୍ୟାପକ କାଳନ୍ଦି ଚରଣ ପଣ୍ଡା, ଅଧ୍ୟାପକ ଇପ୍ଲି ଶିବଶଙ୍କର ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାରର ଫୁଲ ଗଛ, ପାମ୍ମ ଗଛ, ସାଗୁଆନ ଗଛ, ରାଧାଚୁଡା ଏବଂ ପିଜୁଳି ଗଛ ଇତ୍ୟାଦି ରୋପଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Comments (0)
Add Comment