ସିଦ୍ଧ ବଳରାମ ଜୀଉଙ୍କ ନେତ୍ରୋତ୍ସବ ଓ ନବାଯୌବନ ଦର୍ଶନ

ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ନେତ୍ରୋତ୍ସବ ଓ ନବାଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି l ପ୍ରାତଃରୁ ଦ୍ଵାରପାଳ ପୂଜା ଓ ତାପରେ ମଙ୍ଗଳ ଆଳତି ଓ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ପରେ ଚିତ୍ରକାର ଦ୍ଵାରା ନେତ୍ର ଦାନ କରାଯାଇଥିଲା l

ତାପରେ ଠାକୁରଙ୍କୁ ପଞ୍ଚାମୃତରେ ସିଞ୍ଚନ କରାଯାଇ ଫୁଲହାର ଓ ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା l ତାପରେ ବଲ୍ଲବ ଭୋଗ ଲାଗି କରାଯାଇଥିଲା l ମନ୍ଦିରରେ ନୂତନ ନେତ ଲାଗି କରାଯାଇଥିଲା l ତାପରେ 10.30 ମିନିଟରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ ଧୂପ, ସଂନ୍ଧ୍ୟାରେ ଆଳତୀ ଓ ରାତ୍ର ଧୂପ ଓ ପହଡ ପଡିଥାଏ l

ପୂଜକ ଭାଗିରଥି ପଣ୍ଡା, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ସୁଆର ନୀଳମଣି ଆଚାର୍ଯ୍ୟ, କାହାଳିଆ ଟିକନ ବେହେରା, ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ନେତ୍ରୋତ୍ସବ ପାଳିତ ହୋଇଛି l

Comments (0)
Add Comment