ଭୁବନର ପ୍ରସିଦ୍ଧ ଗଣେଶ ପୂଜା ପାଇଁଶାନ୍ତିକମିଟିର ପ୍ରସ୍ତୁତି ବୈଠକ

ଅଗଷ୍ଟ ୩୧ ରେ ପୂଜା ଆରମ୍ଭ ,ସେପ୍ଟେମ୍ବର ୭ ରେ ମିଳିତ ଭସାଣି, ଡିଜେ ସଂପୂର୍ଣ୍ଣ ବନ୍ଦ

ଭୁବନ: ଭୁବନରେ ଦ୍ୱିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଉପଲକ୍ଷେ ମିଳିତ ପୂଜା କମିଟି ତରଫରୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶାନ୍ତି କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଳିତ ପୂଜାକମିଟି ସଭାପତି ଦୀପକ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଓ ଉପ ସଭାପତି ବିନୋଦ କୁମାର ମହାରଣା ଙ୍କ ପରିଚାଳନାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ଅଗଷ୍ଟ ମାସ ୩୧ତାରିଖରୁ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜାମଣ୍ଡପରେ ଗଜାନନ ଙ୍କ ପୂଜାହେବ ,୫ ଓ ୬ ତାରିଖ ମେଲଣଏବଂ ଆଜ୍ଞାଲଡୁ ନିଲାମହେବ ।

୭ ତାରିଖ ଦିନ ବିନା ଡିଜେସାଉଣ୍ଡରେ କେବଳ ପାରମ୍ପରିକ ବାଦ୍ୟ, କୀର୍ତନ ରେଭସାଣି ଉସôବ ଶାନ୍ତିଶୃଙ୍ଖଳାରସହ ଅନୁଷ୍ଠିତ ହେବ ବୋଲି ପୂଜା କମିଟିତରଫରୁ ସୂଚନା ଦିଆଯାଇଥିଲା ।ଗଣେଶ ପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ ନୂଆଭୁବନ ଛକ ଠାରୁକଲେଜରୋଡ ପେଟ୍ରୋଲପମ୍ପ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବ, ପୂଜାସ୍ଥାନ ଓ ଭସାଣି ଶୋଭାଯାତ୍ରା ରାସ୍ତା ,ଡ୍ରେନ ସଫାକରିବା ଓ ଆବଶ୍ୟକ ସ୍ଥଳେମରାମତି କରାଯିବା,ପୂଜା ସମୟରେ ବିଦ୍ୟୁତକାଟ ଆଦୌ ନହେବା ଏବଂ ଭସାଣିସମୟରେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାର ର ମରାମତି କରିବା ନିମନ୍ତେ ପ୍ରସ୍ତୁତି ବୈଠକରେ ସ୍ଥିରହୋଇଥିଲା ।

ଚଳିତ ବର୍ଷ୧୨ ବର୍ଷ ପୂର୍ତୀ ପାଳନ କରୁଥିବା ନାଇସ କ୍ଲବ ଓ ଡାଇନାମିକ କ୍ଲ ବତରଫରୁ ଆଜ୍ଞାଲଡୁ ନିଲାମ କରାଯିବ । ଏହି ପ୍ରସ୍ତୁତି ବୈଠକରେ ହୃଷିକେଶ ଦାସ, ପ୍ରଦୀପ୍ତ ସାହୁ, ସନ୍ତୋଷ ବିହାରୀ , ନାରାୟଣ ବେହେରା , ରାକେଶ ପୃଷ୍ଟି , ପ୍ରଶାନ୍ତ ଦାସ , ଅମ୍ବୁଜପୋଥାଳ ପ୍ରମୁଖ ୨୭ଟିକ୍ଲବର ସଭାପତି,ସଂପାଦକ ଯୋଗଦେଇଥିଲେ ।

 ଶେଷରେ ମିଳିତ ପୂଜା କମିଟି ସଂପାଦକ ଜିତେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment