ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ : ପରଜଙ୍ଗ ଥାନା କନ୍ତୋର ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣଙ୍କ କନ୍ତୋର ଗାଁର ପ୍ରଶାନ୍ତ କୁମାର ସାହୁ ।

ପ୍ରଶାନ୍ତ ଘର ପାଖରେ ଥିବା କୂଅ ନିକଟରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଏକ କାର ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ କନ୍ତୋର ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Comments (0)
Add Comment