ନଗରପାଳ ଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଭୁବନ : ଭୁବନ ଏନଏସି ର ନୂତନ ନଗରପାଳ ଶୁଭେନ୍ଦୁ ସାହୁ ପବିତ୍ର ଉତ୍କଳ ଦିବସ ଅବସରରେ ନୂଆବଜାରସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡାହୋଇ ଟୋକନ ଦେଇ ୫ ଟଙ୍କିଆ ଆହାର ମିଲ ଖାଇ ସମସ୍ତଙ୍କ ମନ ଜିଣି ନେଇଥିଲେ ।

ଭୁବନ ଆହାର କେନ୍ଦ୍ର ଟି ଉତ୍କଳ ଦିବସରେ ଆରମ୍ଭ ହୋଇଥିବାରୁ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗଦେଇଥିଲେ । ନଗରପାଳ ଶୁଭେନ୍ଦୁ ସାହୁ ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ସିଓ ଜଲିତା ସାହୁ , ଜେଇ ସୁରେନ୍ଦ୍ରନାଥ ସାହୁ ପ୍ରମୁଖ ଙ୍କ ଉପସ୍ଥିତିରେ ଉତ୍କଳ ଦିବସ ପାଳନ କରିଥିଲେ ।

Comments (0)
Add Comment