ବିଜେଡିର ମିଶ୍ରଣ ପର୍ବ: ବିରୋଧି ଶୂନ୍ୟ ହେବ ଢେଙ୍କାନାଳ ନଗର

 ଢେଙ୍କାନାଳ : ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରନô ମଣ୍ଡପ ରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏବଂ କଂଗ୍ରେସ ଦଳର ବହୁ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେପି ଦଳର ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ତଥା ପୂର୍ବତନ କାଉନସିଲର ଅନିମା ନାୟକ, ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରକାଶ ଚନ୍ଦ୍ର କୁଅଁର, ଢେଙ୍କାନାଳ ନଗର ବିଜେପି ସଭାପତି ଅଜୟ ଭଞ୍ଜ, ବିଜେପି ନଗର ସଂପାଦକ ବ୍ରହ୍ମାନନ୍ଦ ସାହୁ, ପୂର୍ବତନ କଂଗ୍ରେସ କାଉନସିଲର ରଶ୍ମିଲତା କୁଅଁର, ବିଜେପି ନେତା ରଶ୍ମିରଞ୍ଜନ ରାଉତ, ସମାଜସେବୀ କୁର୍ଷିଦା ବେଗମ ଓ ରତ୍ନପ୍ରଭା ସାହୁ ପ୍ରମୁଖ ବିଜେଡି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।

ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ଓ ରାଜ୍ୟ ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏବଂ ବିଧାୟକ ସୁଧିର କୁମାର ସାମଲ ସମସ୍ତଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ।

ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ବିଜେପି ଓ କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହେବା ଯୋଗୁଁ ଢେଙ୍କାନାଳ ନଗର ବିରୋଧିଶୂନ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାର କୁ ଏବେ ସାରା ଦେଶ ଅନୁସରଣ କରୁଛି । ଜିଲାପରିଷଦ ନିର୍ବାଚନ ଭଳି ପୌର ନିର୍ବାଚନରେ ଦଳ ଆଶାତୀତ ସଫଳତା ହାସଲ କରିବ ବୋଲି ମତବ୍ୟକ୍ତ କରିଛନ୍ତି ।

ବିଧାୟକ ଶ୍ରୀ ସାମଲ ଗତ ୨୦୧୯ ସାଧାରଣ ନିର୍ବାଚନରେ ଢେଙ୍କାନାଳ ସଦର ଏବଂ ଗଁଦିଆ ବ୍ଲକରୁ ୧୬ହଜାର ଭୋଟ୍ ବ୍ୟବଧାନରେ ଆଗରେ ଥିଲା । ସେହିପରି ପୌରାଂଚଳରେ ୧୬୦୦ରୁ କମ୍ ଭୋଟ୍ ପାଇଥିଲା । କିନ୍ତୁ ଏଥର ଜିଲାପରିଷଦ ନିର୍ବାଚନରେ ଗଁଦିଆରୁ ୪୦ହଜାର, ସଦରରୁ ୨୫ହଜାର ଅଧିକ ଭୋଟ୍ ପାଇଛି । ବିଗତ ୨୨ବର୍ଷ ତଳେ ଢେଙ୍କାନାଳ ସହରର ଅବସ୍ଥା ଏବେ ଯଥେଷ୍ଟ ଉନ୍ନତି ଘଟିଛି । ଏଥର ବିଜୁ ଜନତା ଦଳ ପୌର ନିର୍ବାଚନରେ ଢେଙ୍କାନାଳରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ।

ଢେଙ୍କାନାଳ ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜିଲା ସାଧାରଣ ସଂପାଦକ ଦେବାଶିଷ ମିଶ୍ର ସଂଯୋଜନା କରିଥିବା ବେଳେ , ବୁବୁଲି ଧଳ ଓ ଅନ୍ୟ ମାନେ ପରିଚାଳନା କରିଥିଲେ ।

Comments (0)
Add Comment