ଭୁବନ ବ୍ଲକରେ ଭୋଟ ଆଜି : ୩୯ ଟି ଅତି ଉତେଜନା ପ୍ରବଣ ବୁଥରେ ସିସିକ୍ୟାମେରା ଲଗାଇବାକୁ ଦାବି

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆସନ୍ତାକାଲି ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣହେବ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ପାର୍ଟି ସମସ୍ତ ବୁଥ ରେ ପହଁଚି ସାରିଛନ୍ତି ।

ବୁଥ ରେ ପୋଲିସ ସୁରକ୍ଷା ବନେ୍ଦାବସ୍ତ ମଧ୍ୟ କରାଯାଇଛି । ୧୮ ଟି ପଂଚାୟତ ର ୮୨ ହଜାର ୭୪୭ ଜଣ ମତଦାତା ୨୫୮ ଟିବୁଥରେ ୫ ବର୍ଷ ପାଇଁ ସେମାନଙ୍କର ପଂଚାୟତ ପ୍ରତିନିଧି ବାଛିବେ ।

ସମୁଦାୟ ୨୫୮ ଟି ବୁଥ ମଧ୍ୟରୁ ୧୧୦ ଟି ଉତେଜନା ପ୍ରବଣ ଓ ୩୯ ଟି ଅତି ଉତେଜନା ପ୍ରବଣବୁଥ ଭାବେ ଚିହ୍ନଟ କରାଯାଇଛି । ସୁରପ୍ରତାପପୁର ଓ ମହୁଲପାଳକୁ ଅତି ଉତେଜନା ପ୍ରବଣ ଭାବେ ଚିହ୍ନଟ କରାଯଇଥିବା ବେଳେ ଚଳିତ ଥର ବାଲିବୋରେ ମଧ୍ୟ ଆରମ୍ଭରୁ ଉତେଜନା ଜାରି ରହିଛି ।

ତେଣୁ ଅତି ଉତେଜନା ପ୍ରବଣବୁଥ ଭାବେ ଚିହ୍ନଟ କରାଯଇ ଥିବା ୩୯ ଟିବୁଥରେ ସିସିକ୍ୟାମେରା ଲଗାଇବାକୁ ସରପଂଚ ,ସମିତିସଭ୍ୟ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମାନେ ବିଡିଓ ଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି ।

ଅନ୍ୟଥା ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ ନିର୍ବାଚନ ଅସମ୍ଭବ ବୋଲି ଦର୍ଶାଇଛନ୍ତି ।

Comments (0)
Add Comment