ବିଜେଡି-ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ,ମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା

ଭୁବନ ବ୍ଲକ ୨ ନମ୍ବର ଜୋନ

ଭୁବନ: ଭୁବନ ବ୍ଲକ ର ୨ ନମ୍ବର ଜୋନ ଟି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଜୋନ ଟି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି ।

ଦୟଣାବିଲି , ସୁପ୍ରତାପପୁର , ଗଡନୃସିଂହପ୍ରସାଦ, ବାରୁଆଁ , ଓଡିଶ , ଧଳପଡା , କୁନିନ୍ଦା ପ୍ରଭୃତି ପଂଚାୟତକୁ ନେଇ ଗଠିତ ଦୁଇ ନମ୍ବର ଜୋନ ଟି ବିଜେଡିର ଦୁର୍ଗ ଭାବେ ପରିଚିତ ।

ଚଳିତ ଥର ବିଜେଡି ଦୁର୍ଗ କୁ ଭାଙ୍ଗିବାକୁ ବିଜେପି କଳ , ବଳ , କୌଶଳସବୁ ଲଗାଇ ଦେଇଛି । କାରଣ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା ଓ ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ତଥା କାକ୍ଷାମାନଗର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ଏହି ଜୋନର ବାସିନ୍ଦା ।

ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ବିଜୟ / ପରାଜୟ ସେମାନଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ । ବିଜେଡି ତରଫରୁ ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସାହୁ ପ୍ରାର୍ଥୀ ହୋଇଥିବା ବିଜେପି ତରଫରୁ ବିରେନ୍ଦ୍ର ପ୍ରତାପ ଜେନା ପ୍ରାର୍ଥୀ ହୋଇଛନ୍ତି । ବିଜେପି ନେତା ପ୍ରେମାନନ୍ଦ ଜେନା ଙ୍କ ନିକଟ ସଂପର୍କୀୟ ହେଉଛନ୍ତି ବିରେନ୍ଦ୍ର ।

ବିରେନ୍ଦ୍ର ଦୀର୍ଘ ଦିନ ଧରି ବିଜେଡିର ଜଣେ ସକ୍ରିୟ ତଥା ଆଗ ଧାଡିର କର୍ମୀ ଥିଲେ ଓ ସେ ଗତ ଦୁଇଟି ପଂଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପାଇଁ କାର୍ଯ୍ୟ କରି ଜିତାଇଥିଲେ ।

ନିକଟ ଅତୀତରେ ସେ ବିଜେପି ରେ ମିଶିଥିଲେ ଓ ବିଜେପିତା ଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରି ଜିତାପଟ ମାରିବାକୁ ପ୍ରୟାସ କରୁଛି । ବିରେନ୍ଦ୍ର ଙ୍କ ପାଇଁ ପ୍ରେମାନନ୍ଦ ଜେନା ଓ ଶତୃଘ୍ନ ଜେନା ରଣନୀତି ପ୍ରସ୍ତୁତ କରିବା ସହ ନିଜେ ମଙ୍ଗୁଆଳସାଜି ବିଭିନ୍ନ ଗ୍ରାମରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗିଛନ୍ତି । ଫଳରେ ମନ୍ତ୍ରୀଙ୍କ ପାଇଁ ଏହା ମୁଣ୍ଡବ୍ୟଥା ର କାରଣସାଜିଛି । ମନ୍ତ୍ରୀ ଘନ ଘନ ଏହି ଜୋନ ରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।

 ଆଜିମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ଙ୍କ ସହ ସାଂସଦ ମହେଶ ସାହୁ, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଏବଂ ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଏହି ଜୋନର ବିଭିନ୍ନ ପଂଚାୟତ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରମେଶ ଚନ୍ଦ୍ର ସାହୁ ଙ୍କ ସମେତ ସ୍ଥାନୀୟସରପଂଚ , ସମିତିସଭ୍ୟ ପ୍ରାର୍ଥିଙ୍କୁ ଧରି ରାଲି କରିବା ସହ ଦୟଣାବିଲି ପଂଚାୟତର ନୂଆଗାଁ ତୋଟାରେ ନିର୍ବାଚନୀ ସଭା କରି ନବିନ ସରକାରଙ୍କ ବିଭିନ୍ନ ଲୋକାଭୀମୁଖୀ ତଥା ଜନ କଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇ ରମେଶ ଚନ୍ଦ୍ର ସାହୁଙ୍କୁ ଶଂଖ ଚିହ୍ନରେ ବିପୁଳସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।

ଉଭୟ ବିଜେଡି – ବିଜେପି ପ୍ରାର୍ଥୀ ଙ୍କ ମଧ୍ୟରେ କଡାମୁକାବିଲା ହେଉଥିବାବେଳେ କିଏ ଜିତିବ ତାହା ସମୟ କହିବ ।

Comments (0)
Add Comment