ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ ପଂଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥôତ ସରପଂଚ ପ୍ରାର୍ଥୀ ପ୍ରବୋଧ ଦାସ ଓ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଙ୍କ ଜୋରଦାର ପ୍ରଚାର ଚାଲିଛି ।

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାସ ଚଳିତ ଥର ସରପଂଚ ପ୍ରାର୍ଥୀ ହୋଇଛନ୍ତି । ଏହା ପୂର୍ବରୁ ସେ ଥରେ ସରପଂଚ ମଧ୍ୟ ହୋଇଥିଲେ ଓ ଭୁବନ ବ୍ଲକ ବିଜେଡି ସଭାପତି ଭାବେ କାର୍ଯ୍ୟ କରିଥିଲେ ।

ଜଣେ ଜନପ୍ରିୟ ନେତା ଭାବେ ସାରା ପଂଚାୟତ ରେ ତାଙ୍କର ସୁନାମ ରହିଛି । ପ୍ରବୋଧ ଦାସ ଖୋଲାବହି ଚିହ୍ନରେ ଲଢୁଥିବା ବେଳେ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଷ୍ଟୁଲ ଚିହ୍ନରେ ନିର୍ବାଚନ ଲଢୁଛନ୍ତି । ଉଭୟ ପ୍ରାର୍ଥୀ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇ ଭୋଟ ଭୀକ୍ଷା କରୁଛନ୍ତି ।

ପ୍ରବୋଧ ଓ ମମତା ୫୦୦ ରୁ ଉଦ୍ଧ୍ୱର୍ ମହିଳା ଓ ଶତାଧିକ ମୋଟର ସାଇକେଲରେ ପୁରୁଷ ମାନେ ରାଲି କରି ଦିଘୀ, ଗୋରଡିଆ ଗ୍ରାମ ପରିକ୍ରମା କରିବା ସହିତ ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ଏହି ପଂଚାୟତ ରେ ଶାସକ ଦଳ ସମର୍ଥôତ ପ୍ରାର୍ଥୀ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ରାଜନୀତିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

Comments (0)
Add Comment