ନିର୍ବାଚନ ମୈଦାନରେ ବଡବାପା – ଝିଅ , ସାମ୍ବାଦିକ ସାଜିଲେ ସରପଂଚ ପ୍ରାର୍ଥୀ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣ ରୁ ସର୍ବଦା ଚର୍ଚ୍ଚାରେରହିଥାଏ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଏହି ପଂଚାୟତରେ ବାପ -ଝିଅ ପ୍ରାର୍ଥୀ ହୋଇଥିବା ବେଳେ ଜଣେ ଯୁବ ସାମ୍ବାଦିକ ମଧ୍ୟ ପ୍ରାର୍ଥୀହୋଇଛନ୍ତି ।

ଚଳିତଥର ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ (ଖୋଲାବହିଚିହ୍ନ) , ବନ୍ଦନା ପାତ୍ର (ମାଛଚିହ୍ନ ) , ଶୁଭସ୍ନିଗ୍ଧା ବାରିକ (ସୂର୍ଯ୍ୟଚିହ୍ନ ) , ସଂଜୟ ନାଏକ (ଖୋଲାଛତାଚିହ୍ନ ) , ସୂର୍ଯ୍ୟକାନ୍ତ ବାରିକ (ଲଙ୍ଗଳଚିହ୍ନ ) ରେ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଗୋକୁଳାନନ୍ଦ ବାରିକ ଓ ଶୁଭସ୍ନିଗ୍ଧା ବାରିକ ଉଭୟ ଶାସକ ବିଜେଡି ସମର୍ଥôତ ପ୍ରାର୍ଥୀ ବୋଲି ପ୍ରଚାର କରୁଥିବା ବେଳେ ଗତ ସପ୍ତାହରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିର୍ବାଚନ ପ୍ରଚାରରେ ବାଲିବୋ ଆସିଥିବା ବେଳେ ଶୁଭସ୍ନିଗ୍ଧାଙ୍କୁ ସମର୍ଥନ କରିଥିଲେ । 

ଗୋକୁଳାନନ୍ଦ ଓ ଶୁଭସ୍ନିଗ୍ଧା ସଂପର୍କରେ ବଡବାପା ଓ ଝିଅ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । ଶୁଭସ୍ନିଗ୍ଧା ମନ୍ତ୍ରୀଙ୍କ ସମର୍ଥନ ପାଇବା ପରେ ଶଂଖ୍ୟାଧିକ ମହିଳାଙ୍କୁ ଧରି ନବୀନ ସରକାରଙ୍କ ଲୋକାଭୀମୁଖୀ ଯୋଜନାକୁ ଘରେ ଘରେ ପହଁଚାଇ ଆଶୀର୍ବାଦ ଲୋଡୁଛନ୍ତି ।

ବିଶେଷକରି ମହିଳା ଓ ୟୁଥ୍ ମାସ ଶୁଭସ୍ନିଗ୍ଧାଙ୍କ ସପକ୍ଷରେ ରହୁଥିବା ଦେଖିବାକୁ ମିଳୁଛି । ପରିଣତ ବୟସରଙ୍କ ବାଲିବୋ ପଂଚାୟତକୁ ଏକ ଆଦର୍ଶ ପଂଚାୟତ ଭାବେ ଗଢିବା ସକାଶେ ଗୋକୁଳାନନ୍ଦ ବାରିକ ପୁରୁଖା ଲୋକଙ୍କ ସମର୍ଥନ ଲୋଡୁଛନ୍ତି । ଅନ୍ୟତମ ପ୍ରାର୍ଥୀ ସଂଜୟ ନାଏକ ଜଣେ ଯୁବ ସାମ୍ବାଦିକ ତଥା ମାନବାଧିକାର କର୍ମୀ ଓ ସୂଚନା ଅଧିକାର କର୍ମୀ ଭାବେ ପରିଚିତ ।

ବାଲିବୋ ପଂଚାୟତକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ତଥା ସମୃଦ୍ଧ ପଂଚାୟତ ଭାବେ ଗଢିତୋଳିବାକୁ ସେ ବଦ୍ଧପରିକର ହୋଇ ଖୋଲା ଛତାଚିହ୍ନକୁ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ଚଳାଇଛନ୍ତି । ୫ ଜଣ ପ୍ରାର୍ଥୀଙ୍କମଧ୍ୟରୁ ୪ ଜଣ ପ୍ରାର୍ଥୀ ବାଲିବୋ ଗ୍ରାମରୁ ହୋଇଥିବା ବେଳେଶ୍ରୀ ନାଏକ ଅନନ୍ତପୁର ବାସିନ୍ଦା ହୋଇଥିବାରୁ ତାଙ୍କ ବିଜୟ ନେଇ ସେ ଦୃଢ ଆଶା ରହିଛନ୍ତି । ବର୍ତମାନ ସ୍ଥିତିରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ଶୁଭସ୍ନିଗ୍ଧା ଆଗରେ ରହିଛନ୍ତି ।

Comments (0)
Add Comment