ବିଶିଷ୍ଠ ସମାଜବାଦୀ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଢେଙ୍କାନାଳ : ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଯୋଗେନ୍ଦ୍ର ନାଥ ତ୍ରିପାଠୀ ଆଉ ନାହାନ୍ତି । ସେ ଶନିବାର ରାତିରେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ  ପାଇଁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ସେ ଛାତ୍ର ଜୀବନରୁ ରାଜନୀତି ସହିତ ଜଡିତ ରହିଥିଲେ । ୧୯୭୫ ମସିହାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନେ୍ଦାଳନରେ ଭାଗ ନେଇ ୧୮ ମାସ କାରାବରଣ କରିଥିଲେ । ରାଜ୍ୟର ମେହନତି ମଣିଷ, ଗରିବ ,ଖଟିଖିଆ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଜୀବନ ତମାମ ସଂଗ୍ରାମ କରୁଥିଲେ ।

ଢେଙ୍କାନାଳ ସହର ର ବାଜିଚୈାକ ଏବଂ ଗଣେଷ ବଜାର ଅଞ୍ଚଳରେ ଗାଁ ଗହଳୀ ରୁ ସକାଳୁ ସକାଳୁ ଶ୍ରମିକ ମାନେ ଆସି କାମଧନ୍ଦା ଅନ୍ୱେଷଣ ରେ ଠିଆ ହୋଇ ରହୁଥିଲେ । ଯାହାର ଶ୍ରମିକ ଦରକାର ସେମାନେ ସେଠାରୁ ଆସି ଲୋକଙ୍କୁ ମୂଲଚାଲ କରି ନେଉଥିଲେ । ଏହି ଘଟଣା ଯୋଗେନ୍ଦ୍ରଙ୍କ ମନ ରେ ଯୁବ ଅବସ୍ଥା ରେ ବେଶ୍ ରେଖାପାତ କରିଥିଲା ।

ସେ ଜିଲାପାଳ ଙ୍କ ନିକଟରେ ଶ୍ରମିକ ହାଟ/ ବଜାର ଘୋଷଣା କରିବା କୁ ଦାବି କରି ବେଶ ଚର୍ଚ୍ଚିତ ହୋଇଥିଲେ । ସେହି ଦିନ ଠାରୁ ନିର୍ମାଣ ଶ୍ରମିକ ମାନଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଢେଙ୍କାନାଳ ରୁ ଆରମ୍ଭ ହୋଇଥିବା ଆନେ୍ଦାଳନ ସାରା ରାଜ୍ୟ କୁ ବ୍ୟାପିଥିଲା । ନବୀନ ପଟ୍ଟନାୟକ ଏହାକୁ ଉପଲବଧି କରି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠିତ କରିଥିଲେ ଏବଂ ଯୋଗେନ୍ଦ୍ର ଙ୍କୁ ତାହାର ପ୍ରଥମ ଅଧ୍ୟକ୍ଷ ନିଯୁକ୍ତି କରିଥିଲେ ।

ସେ ଢେଙ୍କାନାଳ ମେହେନ୍ତର ସଂଘ ଗଠନ କରିବା ସହିତ, ରାଜ୍ୟ ରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସଂଗଠିତ କରି ସେମାନଙ୍କର ନେତୃତ୍ୱ ନେଉଥିଲେ । ବିଶିଷ୍ଠ ସମାଜବାଦୀ ନେତା ବିଶ୍ୱନାଥ ପଣ୍ଡିତ ଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ର କେନ୍ଦୁପତ୍ର ତୋଳାଳୀ ସଂଘ ଏବଂ ଏବଂ ସର୍ବଭାରତୀୟ ଶ୍ରମିକ ସଂଘ ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି ।

ସେ ବିଜୁ ଜନତା ଦଳରେ ଯୋଗ ଦେଇ ଢେଙ୍କାନାଳ ଜିଲା ସଭାପତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ରହିଥିଲେ । ରାଜ୍ୟ ବିହନ ନିଗମ ର ଅଧ୍ୟକ୍ଷ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକ ରେ ଜନ୍ମ ମାଟି ଢେଙ୍କାନାଳ ସମେତ ରାଜ୍ୟ ର ବିଭିନ୍ନ ଶ୍ରମିକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

Comments (0)
Add Comment