ସଦର ବ୍ଲକର ୧ନଂଜୋନ୍ ରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ତମନ୍ତ୍ରୀ ପ୍ରଫୁଲ ମଳ୍ଲିକ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ୧ନଂ ଜୋନ୍ ଜିଲାପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀନୀଙ୍କ ପାଇଁ ରାଜ୍ୟ ପୂର୍ତ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।

ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣିମା ଦେହୁରୀଙ୍କ ସମେତ ବିଜେଡି ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର ଗତ ଦୁଇଦିନ ଧରି ଗାଁ ଗାଁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି ।

ଶୁକ୍ରବାର ଦିନ ବଣସିଂହ, ରାଧାଦେଈପୁର, ତରଭା ଏବଂ ନୂଆଗାଁ ଗ୍ରାମପଞ୍ଚାୟତରେ ମନ୍ତ୍ରୀ ପ୍ରଚାର କରିଥିବା ବେଳେ ଶନିବାର ଦିନ ଚାଉଳିଆ ଏବଂ ସୋଗରପଶି ଗ୍ରାମ ପଞ୍ଚାୟତରେ ପ୍ରଚାର କରିଥିଲେ ।

ମନ୍ତ୍ରୀଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତା ତଥା ପୂର୍ବତନ ସରପଞ୍ଚ ସଂଜୟ କୁମାର ମଲ୍ଲିକ, ପ୍ରକାଶ ଚନ୍ଦ୍ର ହୋତା, ନିର୍ମଳ ଚନ୍ଦ୍ର ଦାଶ, ବାବୁଲି ରାଉତଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଗାଁକୁ ଗାଁ ବୁଲି ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାକୁ ଲୋକଙ୍କ ସମ୍ମୁଖରେ ବର୍ଣ୍ଣନା କରି ବିଜୁ ଜନତା ଦଳକୁ ଜିତାଇବା ପାଇଁ ନିବେଦନ କରିଛନ୍ତି ।

Comments (0)
Add Comment