୨୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାରେ ୮ଟି ବ୍ଲକ୍ ଥିବା ୨୭ଟି ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ୍ ଦଳ ତରଫରୁ ଜିଲ୍ଲା ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି ।

ଓଡାପଡା ଜୋନ୍ ନଂ-୧ରୁ ବିପତି ମନୁ ନାୟକ, ଜୋନ୍-୨ରୁ ଶରତ ନନ୍ଦ, ଜୋନ୍ ୩ରୁ ସଂଗ୍ରାମ ସାମଲ, କଙ୍କଡାହାଡ ବ୍ଲକ୍ ଜୋନ୍ ନଂ-୧ରୁ ଡମ୍ବରୁଧର ସାହୁ, ଜୋନ୍ ନଂ-୨ରୁ ଅଞ୍ଜଳି ସିଂହ, ଜୋନ ୩ରୁ ପିତାମ୍ବର ବାଲମୁଚୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କାମାକ୍ଷାନଗର ବ୍ଲକ୍ ଜୋନ୍ ୧ରୁ କାମିନୀବାଳା ରାଉତ, ଜୋନଂ ୨ରୁ ମିନକେତନ ନାୟକ, ଜୋନ୍ ୩ ଲିପିକା ନାୟକ, ଗଁଦିଆ ଜୋନ୍ ୧ରୁ ଛାୟାକାନ୍ତ ପାଣିଗ୍ରାହୀ, ଜୋନ୍ ୨ରୁ ଶୁଭଲକ୍ଷ୍ମୀ ଭୋଇ, ଜୋନ୍ ୩ରୁ ରଶ୍ମିତା ନାୟକ, ଜୋନ୍ ୪ରୁ ଅଭି ସିଧୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଢେଙ୍କାନାଳ ସଦର ଜୋନ୍ ୧ରୁ ମଞ୍ଜୁଲତା ସ୍ୱାଇଁ, ଜୋନ୍ ୨ରୁ ବାସନ୍ତି ସ୍ୱାଇଁ, ଜୋନ୍ ୩ରୁ ଦୁଷ୍ମନ୍ତ କୁମାର ନାୟକ, ଜୋନ୍ ୪ରୁ ଜ୍ୟୋତ୍ସ୍ନାବାଳା ସେନାପତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପର୍ଜଙ୍ଗ ବ୍ଲକ୍ ଜୋନ୍ ୧ରୁ ଆରତୀ ନାଥ, ଜୋନ୍ ୨ରୁ ନରୋତମ ସ୍ୱାଇଁ, ଜୋନ୍ ୩ରୁ ଲିପ୍ସାମୟୀ ପଣ୍ଡା, ଭୁବନ ବ୍ଲକ୍ ଜୋନ୍ ୧ରୁ ସାଇଲିଜା ବାରିକ, ଜୋନ୍ ୨ରୁ ନିର୍ମଳ କୁମାର ରାଉତ, ଜୋନ୍ ୩ରୁ ସୁମନ୍ତ ଚରଣ ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ହିନେ୍ଦାଳ ବ୍ଲକ୍ ଜୋନ୍ ୧ରୁ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ, ଜୋନ୍ ୨ରୁ ରତିକାନ୍ତ ଗଡନାୟକ, ଜୋନ୍ ୩ରୁ ଜଲି ନାୟକ  ଜୋନ୍ ୪ରୁ ଚନ୍ଦନ ନାୟକ ଆଦି ସମସ୍ତ ପାର୍ଥୀ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର ଜଣାଇଛନ୍ତି ।

Comments (0)
Add Comment