ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରାଙ୍କ ଦଳ ତ୍ୟାଗ, ବିଜେଡି ରେ ଯୋଗଦାନ

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟ ସହିତ ବିଶେଷ କରି ମହିଳା ସଶକ୍ତିକରଣ  କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା  ମମତାଞ୍ଜଳି ବେହେରା କଂଗ୍ରେସ ଦଳ  ତ୍ୟାଗ କରି ଆଜି ଅପରାହ୍ନରେ ହିନ୍ଦୋଳର ବିଧାୟିକା ସୀମାରାଣୀ ନାୟକ ଓ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧକ୍ଷ ବିଜୟ କୁମାର ନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି l

ଏଥି ସହିତ ମମତାଞ୍ଜଳି କଂଗ୍ରେସ ର ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଗଠନକୁ ସୁଦୃଢ କରିବାପାଇଁ ବିଜୁ ଜନତା ଦଳରେ କାର୍ଯ୍ୟ କରିବେ ବୋଲି କହିଛନ୍ତି l

ହିନ୍ଦୋଳ ଜିଲ୍ଲା ପରିଷଦ ୩ ନମ୍ବର ଜୋନ ର ଅଧିବାସୀ ମାନଙ୍କ ର ସୁଖ ଦୁଃଖ ରେ ସାମିଲ ହୋଇ କାମ କରିବା ସହିତ ଜୋନ ନମ୍ବର ୩ ର ସର୍ବାଙ୍ଗୀନ ଉର୍ନତି ଓ ବିକାଶ କରିବାର ଲକ୍ଷ୍ୟ ରଖିବା ସହ ଦଳ ମୋତେ ଯେଉଁ ଦାଇତ୍ୱ ଦେବ ତାକୁ ସୁଚାରୁ ରୂପେ ନିର୍ବାହ କରିବି ବୋଲି ପ୍ରତିଶୃତି ଦେଇଛନ୍ତି l

ମମତାଞ୍ଜଳି ଙ୍କର ବିଜେଡିରେ ଯୋଗଦାନକୁ ହିନ୍ଦୋଳ ବାସୀ ସ୍ୱାଗତ କରିବା ସହ ବିଜୁ ଜନତା ଦଳ ସଂଗଠନ ଆହୁରି ମଝବୁତ ହେଲା ବୋଲି ସାଧାରଣରେ ପ୍ରକାଶ ପାଇଛି l

Comments (0)
Add Comment