ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୬୮୬ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ  : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଦ୍ୱିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲରେ ୬୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୫୬୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବୀ ପାଇଁ ୭୦, ସମିତି ସଭ୍ୟ ପଦବୀ ପାଇଁ ୫୦ ଏବଂ ଜିଲ୍ଲାପରିଷଦ ସଦସ୍ୟ ପଦ ପାଇଁ ଜଣେମାତ୍ର ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି ।

ଜିଲାପରିଷଦ ପଦବୀ ପାଇଁ ଏଯାଏଁ ମୋଟ୍ ୨ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ଗତକାଲି ଜଣେ ପ୍ରାର୍ଥୀ ସଦର ବ୍ଲକର ୩ନଂ ଜୋନରୁ ଏବଂ ମଙ୍ଗଳବାର ଆଉ ଜଣେ ପ୍ରାର୍ଥୀ ୪ନଂ ଜୋନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଢେଙ୍କାନାଳ ସଦର ବ୍ଲକକୁ ଛାଡିଦେଲେ ଅନ୍ୟ ୭ଟି ବ୍ଲକରୁ ଗତ ଦୁଇଦିନରେ କୌଣସି ଜଣେହେଲେ ପ୍ରାର୍ଥୀ ଜିଲା ପରିଷଦ ଆସନ ପାଇଁ ମନୋନୟନ ପତ୍ର ଦାଖଲ କରିନାହାନ୍ତି । ମଙ୍ଗଳବାର ଦ୍ୱିତୀୟ ଦିନ ମନୋନୟନପତ୍ର ଦାଖଲରେ ଢେଙ୍କାନାଳ ସଦର ବ୍ଲକର ୧୧୭ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୯୨, ସରପଞ୍ଚ ୧୫ଜଣ, ସମିତି ସଭ୍ୟ ପଦବୀ ପାଇଁ ୫ଜଣ ଏବଂ ଜିଲାପରିଷଦ ପଦବୀ ପାଇଁ ଜଣେ ପ୍ରାର୍ଥୀ ନିଜର ପ୍ରସ୍ଥାବକ ଓ ସମର୍ଥକଙ୍କ ସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଦ୍ୱିତୀୟ ଦିନରେ ଓଡ଼ାପଡ଼ା ବ୍ଲକରେ ୧୫୪ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୧୨୫ଜଣ, ସରପଞ୍ଚ ପଦବୀ ପାଇଁ ୨୦, ସମିତି ସଭ୍ୟ ପଦବୀ ପାଇଁ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଗଁଦିଆ ବ୍ଲକରେ ୬୨ଜଣ ପ୍ରାର୍ଥୀ ଦ୍ୱିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୫୦ଜଣ, ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ୬ଜଣ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ହିନେ୍ଦାଳ ବ୍ଲକରେ ୧୫୪ଜଣଙ୍କ ମଧ୍ୟରୁ ୱାର୍ଡମେମ୍ବର ପଦବୀ ପାଇଁ ୧୨୪ଜଣ, ସରପଞ୍ଚ ପଦବୀ ପାଇଁ ୧୪, ସମିତି ସଭ୍ୟ ପଦବୀ ପାଇଁ ୧୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କାମାକ୍ଷାନଗର ବ୍ଲକରେ ୫୯ଜଣଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୫୧ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବୀ ପାଇଁ ୩ ଓ ସମିତି ସଭ୍ୟ ପଦବୀ ପାଇଁ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଭୁବନ ବ୍ଲକର ୪୪ଜଣଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୩୮ଜଣ, ସରପଞ୍ଚ ପଦବୀ ପାଇଁ ୩ ଓ ସମିତି ସଭ୍ୟ ପଦବୀ ପାଇଁ ୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପରଜଙ୍ଗ ବ୍ଲକରେ ୱାର୍ଡମେମ୍ବର ପଦବୀ ପାଇଁ ୫୮, ସରପଞ୍ଚ ପଦବୀ ପାଇଁ ୪ଜଣ, ସମିତି ସଭ୍ୟ ପଦବୀ ପାଇଁ ଜଣେ, ଏପରି ମୋଟ୍ ୬୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ସେହିଭଳି କଙ୍କଡ଼ାହାଡ଼ ବ୍ଲକରେ ୱାର୍ଡମେମ୍ବର ପଦବୀ ପାଇଁ ୨୮ଜଣ, ସରପଞ୍ଚ ପଦବୀ ପାଇଁ ୫ଜଣଙ୍କୁ ମିଶାଇ ୩୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

Comments (0)
Add Comment