ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ପାଳିତ

ଢେଙ୍କାନାଳ  : ଜିଲା ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ଓ ମକର ମିଳନ ପର୍ବ ମହା ସମାରୋହରେ କୋଭିଡ୍ ନିୟମକୁ ପାଳନ କରି ପାଳିତ ହୋଇଯାଇଛି । ଫକୀର ମୋହନଙ୍କ ସ୍ମୃତିସଦନ ଠାରେ ଜିଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ଓ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ଉପସ୍ଥିତିରେ ଫକୀର ମୋହନଙ୍କ ଫଟୋଚ୍ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେ ଜଣେ ଓଡିଆ ସାହିତ୍ୟର କାଳଜୟୀ ସୃଷ୍ଟି ବର୍ଣ୍ଣନା କରିଥିଲେ ।

ସେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସଂକଳ୍ପ ନେଇଥିବା କଥା କହିଥିଲେ । ପୂର୍ବାହ୍ନ ଘ.୯.୧୫ମି. ରେ ପଣ୍ଡିତ ବିପିନି ବିହାରୀ ଶତପଥୀଙ୍କ ସଭାପତିତ୍ୱରେ ନୀଳମଣି ମହାରଣା, ସାରଙ୍ଗଧର ମିଶ୍ର, ମାନସୀ କର, ଉପମା ସାମଲ ଓ ଦୀପ୍ତିମୟୀ ଲେଙ୍କାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କରାଯାଇଥିଲା ।

ପୂର୍ବାହ୍ନ ୧୧ଟା ସମୟରେ ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ଡଃ ଭବାନୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକୀର ମୋହନଙ୍କ ଅସାଧାରଣ ପ୍ରତିଭା ବିଷୟରେ ଆଲୋଚନା କରିଥିଲେ । ଏଥିରେ ସଂପାଦକ ବସନ୍ତ କୁମାର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ସହ ପ୍ରବନ୍ଧ ପାଠ କରିଥଲେ ।

ପ୍ରବାସିନୀ ମହାକୁଡ ଯୋଗଦେଇ ଫକୀର ମୋହନଙ୍କର କବିତା ରଚନା ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଗୁରୁ ରାଉତରାୟ ତାଙ୍କର ଗଳ୍ପ ଓ ଛମାଣ ଆଠଗୁଣ୍ଠରେ ମାଟିର ମଣିଷକୁ କିପରି ଉନ୍ନତି ମାର୍ଗ ଦର୍ଶନର ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ ପଣ୍ଡିତ ବିପିନି ବିହାରୀ ଶତପଥୀ ଶ୍ଲୋକାବୃତି  କରିଥିବାବେଳେ ହୃଦାନନ୍ଦ ଦ୍ୱିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସମସ୍ତ କାର୍ଯ୍ୟକାରୀକୁ ସଂପାଦକ ବସନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment