ଖଜୁରିଆକଟାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ

ସମସ୍ତ ଜିଲ୍ଲା ପରିଷଦ ଜୋନ, ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ପାର୍ଥୀ ଚୟନ ପ୍ରକ୍ରିୟା ସହିତ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟ ଶୈଳୀ ସମ୍ପର୍କରେ ଆଲୋଚନା

ହିନ୍ଦୋଳ:  ଖଜୁରିଆକଟା ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନୂତନ ସଦସ୍ୟ ମlନେ ଯୋଗ ଦେଇଥିଲେ l

ବ୍ଲକର ସମସ୍ତ ଜିଲ୍ଲା ପରିଷଦ ଜୋନ, ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ପାର୍ଥୀ ଚୟନ ପ୍ରକ୍ରିୟା ସହିତ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟ ଶୈଳୀ ସମ୍ପର୍କରେ ଶ୍ରୀ ନାୟକ ଆଲୋଚନା କରିଥିଲେ l ଶ୍ରୀକାନ୍ତ ନାଏକଙ୍କୁ ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦର ସଂଗଠନ ଦାୟୀତ୍ୱ ଏବଂ ଆଦିତ୍ୟ ପ୍ରଧାନଙ୍କୁ ବ୍ଲକ ସଂଗଠନ ଦାୟୀତ୍ୱ ପ୍ରଦାନ କରାଯାଇଛି l

ଆସନ୍ତା 15 ଦିନ ଭିତରେ ବ୍ଲକର ସମସ୍ତ ଚାରୋଟିଯାକ ଜିଲ୍ଲା ପରିଷଦ ଜୋନରେ ବୈଠକ କରାଯିବ ବୋଲି ନୂତନ ଭାବେ ଦାୟୀତ୍ୱ ନେଇଥିବା ବ୍ଲକ ସଭାପତି ଆଦିତ୍ୟ ପ୍ରଧାନ ସୂଚନା ଦେଇଥିଲେ l ଏହି ବୈଠକରେ ପ୍ରକାଶ ଦେହୁରୀ, ଧର୍ମାନନ୍ଦ ନାଏକ, ଅନିଲ ନାଏକ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment