ଗଣମାଧ୍ୟମକୁ କାଲୁରିଆ-ଗୋରଡିଆ ସେତୁକୁ ଯିବା ମନା କାହିଁକି?

ଖବର ସଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଖେଇଲେ ନାଲି ଆଖି

 ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଖବର ସଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷା କର୍ମୀ ଦେଖେଇଲେ ନାଲି ଆଖି । କାଲୁରିଆ ଗୋରଡିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା।କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଗ୍ରହ ସମୟରେ ଏଭଳି ଏକ ଦୃଶ୍ୟ କଏଦ ହୋଇଛି ଆମ ରୁପରେଖ କ୍ୟାମେରାରେ ଏହା ଅନ୍ୟ କୌଣସି ଜିଲ୍ଲାରେ ନୁହଁ ଖୋଦ ପୁର୍ତ ବିଭାଗର ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରୁ ଆସିଚି ଏଭଳି ଖବର।

କିଛି ମାସ ତଳରେ ନିର୍ମାଣଧିନ ବ୍ରୀଜି ଭୁସୁଢି ଜଣେ ଶ୍ରମିକରମୃତ୍ୟୁ ହୋଇଥିଲା । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନବ ନିର୍ମାଣଧିନ ବ୍ରିଜ୍ ମନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ଜିଲ୍ଲାରୁ। 254 କୋଟି ଟଙ୍କା ବ୍ୟୟରେ ଯୋରନ୍ଦା-କାଲୁରିଆ-ଗୋରଡିଆ ଘାଟ ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ତିନି ଲାଇନ ବିଶିଷ୍ଟ ଉଚ୍ଚସ୍ତରୀୟ ସେତୁ ଶୁଭ ଭୂମିପୁଜନ 3- 3-2019 ହୋଇଥିଲା। କାଲୁରିଆ ଗୋରଡିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ ଚାଲୁରହିଛି ଏହି ବ୍ରୀଜ୍ କାମ। କିନ୍ତୁ ଏହି ସୁରକ୍ଷା କର୍ମୀମନେ ନବ ନିର୍ମାଣ ବ୍ରିଜ୍ ପାଇଁ ଜାରିକରିଛନ୍ତି ଫତୁଆ ତାହା ପୁଣି ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏଠି ସାମ୍ବାଦିକ ମାନଙ୍କୁ ପ୍ରବେଶ ନିଶେଧ ।

କିନ୍ତୁ ସାଧାରଣ ଲୋକଙ୍କ ପାଇଁ କୈଣସି ବାରଣ ନାହିଁ। । ବ୍ରୀଜ୍ ପାଖାପାଖି 70 ଭାଗରୁ ଅଧିକ କାମ ସରିଥିବାବେଳେ ଏବେ ମଧ୍ୟ କାମ ଚାଲୁରହିଛି ଯାହା ଫଳରେ ନ୍ନିମ ମାନର କାମର ଧରା ପଡିଯିବା ଭୟରେ ସାମ୍ବାଦିକ ମାନଙ୍କୁ ଯିବାକୁ ଦଉନାହାନ୍ତି ସୁରକ୍ଷାକର୍ମୀ ଆଭିଯୋଗ ଆଣିଛନ୍ତି ଢେଙ୍କାନାଳର ବୁଦ୍ଧିଜୀବୀ। ଗଣମାଧ୍ୟମ ପ୍ରତିନିଧିମାନେ ବ୍ରୀଜ୍ ପାଖକୁ ଗଲେ ଧରାପଡିଯିବ ଭିତରର ରହସ୍ୟ। ଏହି ବ୍ରୀଜ୍ ହେବା ଫଳରେ କାମାକ୍ଷାନଗର ଓ ଭୁବନ ବ୍ଲକ ଲୋକମାନଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟକୁ ଦୁରତା କମିଯିବ।

ଏଠାରେ ରୁପରେଖ ନିୟୁଜର ପ୍ରଶ୍ନ କଣ ପାଇଁ ରୁପରେଖ ନିୟୁଜକୁ ଏତେ ଭୟ ? କାହା ବଳରେ ବଳିୟାନ ଏଠାରେ ଥିବା ସୁରକ୍ଷା କର୍ମୀମାନେ ?।କାହା ଛତ୍ର ଛାୟା ତଳରେ କଣ୍ଟ୍ରାକ୍ଟର ଓ ସୁରକ୍ଷାକର୍ମୀ ? କାହା ସାହସରେ ଏଭଳି ଅଚରଣ କରୁଛନ୍ତି ସୁରକ୍ଷାକର୍ମୀ ? କଣ ପାଇଁ କରୁଛନ୍ତି ଏଭଳି କାର୍ଯ୍ୟ ?କଣ ପାଇଁ ଦେଖାଉଛନ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଲି ଆଖି ? କିଏ ଦେଲା ଏମାନଙ୍କୁ ଏତେ  ପାୱାର ? କଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାଙ୍କୁ ସେଠାକୁ ଯିବାକୁ ଦଉନାହାନ୍ତି ? କଣ ପାଇଁ କରାଯାଉଛି ଗଣମାଧ୍ୟମକୁ କଣ୍ଠକୁ କଣ୍ଠରୁନ୍ଧ ? ନୀରବଦ୍ରଣ୍ଠା ସାଜିଛି କି ଉପରସ୍ତ ଅଧିକାରୀ, ସବୁ ଜାଣି ଚୁପ ହୋଇ ବସିଛନ୍ତି କି ? ଏମିତି ଆମର ଅନେକ ପ୍ରଶ୍ନ ?

Comments (0)
Add Comment